୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ଆଜି ବିପଣନ ଋତୁ ୨୦୨୬-୨୭ ପାଇଁ କଞ୍ଚାମାଲ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) କୁ ମଞ୍ଜୁରି ଦେଇଛନ୍ତି । ୨୦୨୬-୨୭ ଋତୁ ପାଇଁ ଝୋଟ (ଟିଡି ୩ ଗ୍ରେଡ୍)ର ଏମ୍ଏସପି କ୍ୱିଣ୍ଟାଲ ପିଛା ୫,୯୨୫ ଟଙ୍କା ସ୍ଥିର କରାଯାଇଛି । ଏହା ସର୍ବଭାରତୀୟ ହାରାହାରି ଉତ୍ପାଦନ ଖର୍ଚ୍ଚ ତୁଳନାରେ ୬୧.୮ ପ୍ରତିଶତ ଲାଭ ସୁନିଶ୍ଚିତ କରିବ । ବିପଣନ ଋତୁ ୨୦୨୬-୨୬ ପାଇଁ ଝୋଟ ପାଇଁ ଘୋଷିତ ଏମ୍ଏସପି ବଜେଟ ୨୦୧୮-୧୯ରେ ସରକାରଙ୍କ ଦ୍ୱାରା ଘୋଷିତ ସର୍ବଭାରତୀୟ ହାରାହାରି ଉତ୍ପାଦନ ମୂଲ୍ୟର ଅତି କମରେ ଦେଢ଼ ଗୁଣ ସ୍ତରରେ ଏମ୍ଏସପି ସ୍ଥିର କରିବାର ନୀତି ଅନୁରୂପ ଅଟେ । ବିପଣନ ଋତୁ ୨୦୨୬-୨୭ ପାଇଁ ଝୋଟର ଏମ୍ଏସପି ପୂର୍ବ ବିପଣନ ଋତୁ ୨୦୨୫-୨୬ ତୁଳନାରେ କ୍ୱିଣ୍ଟାଲ ପିଛା ୨୭୫/- ଟଙ୍କା ବୃଦ୍ଧି ପାଇଛି । ସରକାର ଝୋଟର ଏମ୍ଏସପି କ୍ୱିଣ୍ଟାଲ ପିଛା ୨,୪୦୦/- ଟଙ୍କାରୁ ବୃଦ୍ଧି କରି ୨୦୨୬-୨୭ ରେ କ୍ୱିଣ୍ଟାଲ ପିଛା ୫,୯୨୫/- ଟଙ୍କା କରିଛନ୍ତି, ଯାହା କ୍ୱିଣ୍ଟାଲ ପିଛା ୩,୫୨୫/- ଟଙ୍କା (୨.୫ ଗୁଣ) ବୃଦ୍ଧି ରେକର୍ଡ କରିଛି । ୨୦୧୪-୧୫ ରୁ ୨୦୨୫-୨୬ ମଧ୍ୟରେ ଝୋଟ ଚାଷୀମାନଙ୍କୁ ପ୍ରଦାନ କରାଯାଇଥିବା ଏମ୍ଏସପି ପରିମାଣ ୧,୩୪୨ କୋଟି ଟଙ୍କା ଥିବାବେଳେ ୨୦୦୪-୦୫ ରୁ ୨୦୧୩-୧୪ ମଧ୍ୟରେ ପ୍ରଦାନ କରାଯାଇଥିବା ପରିମାଣ ୪୪୧ କୋଟି ଟଙ୍କା ଥିଲା । ଭାରତୀୟ ଝୋଟ ନିଗମ (ଜେସିଆଇ) କେନ୍ଦ୍ର ସରକାରଙ୍କ ନୋଡାଲ ଏଜେନ୍ସି ଭାବେ ମୂଲ୍ୟ ସହାୟତା ପରିଚାଳନା ଜାରି ରଖିବ ଏବଂ ଏଭଳି କାର୍ଯ୍ୟରେ ଯଦି କୌଣସି କ୍ଷତି ହୋଇଥାଏ, ତାହା କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଭାବେ ଭରଣା କରିବେ ।

Leave A Reply

Your email address will not be published.