ଅବସରପ୍ରାପ୍ତ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘ ଗଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜସ୍ୱ ବିଭାଗର କ୍ଷେତ୍ର କାର୍ଯ୍ୟରତ ରେଭେନ୍ୟୁ ସୁପରଭାଇଜର, ଆର.ଆଇ., ଏ.ଆର.ଆଇ. ପଦବୀରେ ଅବସର ନେଇଥିବା କର୍ମଚାରୀମାନଙ୍କୁ ନେଇ ଶାନ୍ତିପଡା ଠାରେ ଏକ ବୈଠକ ବସିଥିଲା । ଓଡିଶା ରାଜ୍ୟ ଅବସରପ୍ରାପ୍ତ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘର ବଲାଙ୍ଗିର ଜିଲ୍ଲା ସଂଗଠନ ଶାଖା ନିର୍ବାଚନ ହୋଇଛି । ଦେବରାଜ ବାଗ ସଭାପତି, ପଂଚାନନ ବେଦବାକ ଉପ-ସଭାପତି, ଆଦିକନ୍ଦ ସ୍ୱାଇଁ ସଂପାଦକ, ନବ କିଶୋର ପଧାନ ସହ-ସଂପାଦକ, ଶଙ୍କର୍ଷଣ ମିଶ୍ର କୋଷାଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି । ରାଜ୍ୟ ସଂଘର ସଂଗଠନ ସଂପାଦକ ସିଦ୍ଧେଶ୍ୱର ପାଣିଗ୍ରାହୀ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦେବଚନ୍ଦ୍ର ନାଏକ, ରମେଶ ଚନ୍ଦ୍ର ଥନାପତି, ରମେଶ ଚନ୍ଦ୍ର ମିଶ୍ର, ବଂଶୀଧର ବାରିକ, ଭୋଲା ନନ୍ଦ, ବନମାଳି ବାରିକ ଆଦି ଅନେକ ସଭ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.