ତ୍ରିଦିବସୀୟ ଜିଲ୍ଲାସ୍ତରୀୟ ଯୁବ ନେତୃତ୍ୱ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟର ସମ୍ମିଳନୀ କକ୍ଷରେ ୦୮-୦୨-୨୦୨୬ ରୁ ୧୦-୦୨-୨୦୨୬ ତ୍ରିଦିବସୀୟ ଜିଲ୍ଲାସ୍ତରୀୟ ଯୁବ ନେତୃତ୍ୱ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ପ୍ରୋଗ୍ରାମ କୋଡ଼ିନେଟର ଡ. ପ୍ରିୟଙ୍କା ଚକ୍ରବର୍ତ୍ତୀଙ୍କ ନେତୃତ୍ୱରେ ହେଇଥିବା ଏହି ପ୍ରଶିକ୍ଷଣ ଶିବିର ଦୀର୍ଘ ତିନିଦିନ ଧରି ଚାଲିଥିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ କଲେଜରୁ ୧୫୦ ରୁ ଅଧିକ ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀ ଆସି ଅଂଶ ଗ୍ରହଣ କରିଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ଯୁବ ସ୍ୱେଚ୍ଛାସେବୀର କ’ଣ ଉଦ୍ଦେଶ୍ୟ ରହିବା ଦରକାର, ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ଯୁବପିଢ଼ିଙ୍କ ଭୂମିକା, ଆଜିର ପ୍ରକୃତି ସଂରକ୍ଷଣ – ଆସନ୍ତାକାଲିର ସୁରକ୍ଷା, ଯୁବ ନେତୃତ୍ୱ, ତମାଖୁମୁକ୍ତ ପରିସର, ସୋସିଆଲ ମିଡ଼ିଆର ଉପଯୋଗ ଓ ଦୂର ଉପଯୋଗ ଆଦି ତାଲିମ ଦେବା ସହ ନୃତ୍ୟ, ଗୀତ, ବକୃତା, ଚିତ୍ରାଙ୍କନ, ନାଟକ ଆଦି ପ୍ରତିଯୋଗିତା ମଧ୍ୟ କରାଯାଇଥିଲା । ଏଥିରେ ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟର ଯୋଜନା ଅଧିକାରୀ ଦୀପ୍ତିମୟୀ ନାଏକ, ଅଜିତ କୁମାର ଭୋଇ ବିଶେଷ ସହାୟତା କରିଥିଲେ । ତାହା ସହ ଏହି ପ୍ରଶିକ୍ଷଣ ଶିବିରରେ ବିଶେଷ ଭାବେ ସୋନାଲି ସେଠୀ, ତପସ୍ଵିନୀ ଭୋଇ, ଓଜସ୍ଵିନି ମେହେର, ବନିତା ମେହେର, ସ୍ୱପ୍ନ ଦେହେରି, ତୁଳସୀ ସା, ସୁମନ କୁମାର ନନ୍ଦ, ମନୀଷ କୁମାର ସାଏ, ଆର୍ୟନ ରାଜ ପଟେଲ, ସୁମିତ୍ ଭୋଇ, ନିରୋଜ ସାହୁ, ରୋଷାନ ସାହୁ ସ୍ୱେଚ୍ଛାସେବୀ ସହାୟତା କରିଥଲେ ।

Leave A Reply

Your email address will not be published.