ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ତିନିଦିନିଆ ରାମଚଣ୍ଡୀ ମହୋତ୍ସବ ରବିବାର ମଧ୍ୟରାତ୍ରୀରେ ଉଦଯାପିତ ହୋଇଯାଇଛି । ରାମଚଣ୍ଡୀ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ଓଡ଼ିଆ ସିନେମା ତାରକା ସବ୍ୟସାଚୀ ମିଶ୍ରଙ୍କ ସମ୍ଭାଷଣରେ ଦର୍ଶକ ଯେତିକି ଚକିତ, ମହଲରେ ସେତିକି ବିମୋହିତ ହୋଇଛନ୍ତି । ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ବ୍ରହ୍ମପୁର ବିଧାୟକ କେ. ଅନୀଲ କୁମାର, ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ସରୋଜ ସାବତ, ବେଦାନ୍ତ ପ୍ରତିଷ୍ଠାନ ତରଫରୁ ଅମିତ୍ ସିଂ, ରାମଚଣ୍ଡୀ ମନ୍ଦିର ପରିଚାଳନା କମିଟିର ସଭାପତି ତଥା ଜାତୀୟ ଖାଦ୍ୟ ନିଗମ ସଦସ୍ୟ ପ୍ରଶାନ୍ତ କୁମାର ନାୟକ, ଟ୍ରଷ୍ଟି ସୁଧାକର ପଣ୍ଡା, କେ. ଚନ୍ଦ୍ର ଶେଖର ରେଡ୍ଡୀ, ସାଂସଦ ପ୍ରତିନିଧି ଦିପ୍ତେଶ ପଟ୍ଟନାୟକ, ଗଜପତି ଜିଲ୍ଲା ନ୍ୟାୟିକ ବ୍ୟବସ୍ଥାର ପବ୍ଲିକ୍ ପ୍ରସ୍ୟୁକୁଟର ରାଜେଶ ମିଶ୍ର, ଛତ୍ରପୁର ଓକିଲ ସଂଘ ସଭାପତି ପ୍ରଦୀପ କୁମାର ପାଢ଼ୀ, ମହାରାଜ କୃଷ୍ଣ ଚନ୍ଦ୍ର ନାୟକ ପ୍ରମୁଖ ମଞ୍ଚାସୀନ ହୋଇଥିଲେ । ପୂଜା କମିଟି ପକ୍ଷରୁ ଆୟୋଜିତ ମଞ୍ଚାସୀନ ଅତିଥିଙ୍କୁ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଛି । ବରେଣ୍ୟ ଉଦ୍ୟକ୍ତା ଦୀପକ୍ ମୁଦୁଲିଙ୍କ ସମେତ ଅନେକ ଗଣ୍ୟମାନ୍ୟ ବ୍ୟକ୍ତିଙ୍କୁ ଉପଢୌକନ ପୁଷ୍ପଗୁଚ୍ଛ ଦେଇ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ମନ୍ଦିରର ତୃତୀୟ ବାର୍ଷିକୀ ଉତ୍ସବର ଶେଷ ସନ୍ଧ୍ୟା ପର୍ଯ୍ୟନ୍ତ ସଂଯୋଜକ କମଲ କୁମାର୍ ପଣ୍ଡାଙ୍କ ତିନିଦିନିଆ ମହୋତ୍ସବର ପରିଚାଳନା କରିଥିଲେ । ସହ-ସଂଯୋଜକ ତୁଷାର କାନ୍ତ ଶତପଥୀ, ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳକ ଜୀବନ କୁମାର୍ ମହାରଣା, ସ୍ଥପତି ବିଜୟ କୁମାର ତ୍ରିପାଠୀ, ତିରୁପତି ବାଲାଜୀ ମିଶ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ । ତୃତୀୟ ସନ୍ଧ୍ୟାରେ ଗୁରୁ ଶିବରାମ ବାରିକଙ୍କ ଓଡ଼ିଶୀ ନୃତ୍ୟ ମା’ ତାରାତାରିଣୀଙ୍କ ମଙ୍ଗଳାଚରଣ ନୃତ୍ୟ, ପ୍ରତିଭା ଆବାସିକ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ଵାରା ଆଦିବାସୀ ଢେମସା ନୃତ୍ୟ ପରିବେଷଣ, ସାଇଶ୍ରୀ ନୃତ୍ୟ ଏକାଡେମୀ ପକ୍ଷରୁ ଗୁରୁ ମଧୁସ୍ମିତା ପଟ୍ଟନାୟକଙ୍କ ନେତ୍ତୃତ୍ଵରେ ଓଡ଼ିଶୀ ଶାସ୍ତ୍ରୀୟ ନୃତ୍ୟ ଦୁର୍ଗା ସ୍ତୁତି ପରିବେଷଣ ହୋଇଥିଲା । ଅନ୍ୟତମ ଆକର୍ଷଣୀୟ ସମୀର କୁମାର ବେହେରା, ପ୍ରଶାନ୍ତ ପଟ୍ଟନାୟକ, ଗୌତମ ନାୟକଙ୍କ ଦ୍ଵାରା ପରିବେଷିତ ମଣିଷ ବାଘ ନାଚ ଦର୍ଶକଙ୍କୁ ବିମୋହିତ କରିଥିଲା । ବିଶେଷକରି ଲୋକକଳା ପରମ୍ପରା ସହ ଶାସ୍ତ୍ରୀୟ ସଙ୍ଗୀତ, ଓଡ଼ିଶୀ ନୃତ୍ୟ ପ୍ରଦର୍ଶନରେ ମଞ୍ଚ ଦୁଲକିି ଉଠିଥିଲା ।