ବିପୁଳ ପରିମାଣର ଗଞ୍ଜେଇ ଜବତ

ନବରଙ୍ଗପୁର : ଥମୁନି ଗଞ୍ଜେଇ ଚୋରା ଚାଲାଣ ମାମଲା, ବରଂ ଦିନକୁ ଦିନ ବଢିବାରେ ଲାଗିଛି । ଆଜି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛିି ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଜୟପୁରରୁ ଝାଡ଼ଖଣ୍ଡ ଅଭିମୁଖେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ଏକ ରୂପେଲି ରଙ୍ଗର କାରକୁ ମଇଦଲପୁର ଫାଣ୍ଡି ନିକଟରେ ଅଟକାଇଥିଲା ପୋଲିସ । ସେଥିରୁ ଯାଞ୍ଚ କରିବା ପରେ ବିପୁଳ ପରିମାଣର ଗଞ୍ଜେଇ କାରରୁ ବାହାରିଥିବା ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଜଣକୁ ଅଟକ ରଖିଛି ପୋଲିସ ।

Leave A Reply

Your email address will not be published.