ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାକୁ ଫେରାଇ ଆଣିବା ପାଇଁ ମୁରିବାହାଲ ବ୍ଲକ କଂଗ୍ରେସ କମିଟିର ବିଡ଼ିଓଙ୍କୁ ଦାବୀପତ୍ର

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ କଂଗ୍ରେସ କମିଟିର ସଭାପତି ଗିରିଧାରୀ ସାହୁଙ୍କ ନେତୃତ୍ୱରେ ଶୁକ୍ରବାର ବ୍ଲକ ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ସରକାର ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଆଇନ ୨୦୦୫କୁ ବନ୍ଦ କରିଦେଇ ବିଭି-ଜୀରାମ-ଜୀ ଯୋଜନା ଚଳାଇଛନ୍ତି । ଏହି ନୂତନ ଆଇନ କୋଟି କୋଟି ଶ୍ରମିକଙ୍କ ଉପରେ ମେହନତି ଲୋକଙ୍କ ଉପରେ ଲାତ ଓ ଗରିବ ଲୋକଙ୍କର କାମ ମାଗିବାର ଅଧିକାରକୁ ଛଡେଇ ନେଇଯାଉଛି । ଏସ୍‌ସି/ ଏସ୍‌ଟି/ଓବିସି ସମାଜର ଶ୍ରମିକମାନଙ୍କୁ ସାମାଜିକ ନ୍ୟାୟରୁ ବଞ୍ଚିତ କରୁଛି । ମନରେଗା ଆଇନରେ ଶ୍ରମିକ ମଜୁରିର ସମ୍ପୂର୍ଣ୍ଣ ବଜେଟ କେନ୍ଦ୍ର ସରକାର ଦେଉଥିଲେ । ନୂଆ ଆଇନରେ କେନ୍ଦ୍ର ସରକାର ୬୦% ବଜେଟ ଦେବେ ଏବଂ ୪୦% ରାଜ୍ୟ ସରକାରଙ୍କୁ ଦେବାକୁ ପଡିବ । ଜିଏସଟି ଓ କେନ୍ଦ୍ରୀୟ ସେସ୍ ମାଧ୍ୟମରେ ପ୍ରତିବର୍ଷ ୫ଲକ୍ଷ କୋଟି ଟଙ୍କା ଆଦାୟ କରିବା ପରେ ମଧ୍ୟ ରାଜ୍ୟ ମାନଙ୍କ ପାଖରେ ଟଙ୍କା ନାହିଁ । ରାଜ୍ୟ ଟଙ୍କା ଦେଇ ପାରିବେ ନାହିଁ, ଶ୍ରମିକ ରୋଜଗାର ପାଇପାରିବେ ନାହିଁ । ତେଣୁ କେନ୍ଦ୍ର ସରକାର ବିଭି-ଜୀରାମ-ଜୀ ବିଲକୁ ପ୍ରତ୍ୟାହାର କରି ତୁରନ୍ତ ଐତିହାସିକ ମନରେଗା ଆଇନକୁ ପୁନଃ ସ୍ଥାପନ କରିବା ପାଇଁ କଂଗ୍ରେସ ଦଳ ତରଫରୁ ଦାବୀ କରାଯାଇଛି । ଦାବିପତ୍ର ଦେବା ସମୟରେ ଜିଲ୍ଲା ପରିଷଦ ସଭ୍ୟ ଗୋପୀନାଥ ପାଣିଗ୍ରାହୀ, ଡିସିସି ସମ୍ପାଦକ ଯଦୁପତି ଅଗସ୍ତି, ବିଭୀଷଣ ମହାନନ୍ଦ, ସମିତି ସଭ୍ୟ ଭୀମସେନ ବାଗ, ଜିତେନ ହାତୀ, ବିଷ୍ଣୁ ସାହୁ, ନରେନ୍ଦ୍ର ବନଛୋର, ବୁଲୁ ବିଶି, ଗୁରମେଲ ସିଂ ଭାଟିଆ, ସତ୍ୟ ହାତୀ, ମାଧବ ସାହୁ, ଯୁଧା ନାଗ ପ୍ରମୁଖ ଉପସ୍ଥିତ ଥିଲେ । ବ୍ଲକ ବିଡିଓ ବାସନ୍ତୀ ସେଠୀଙ୍କ ଅନୁପସ୍ଥିତିରେ ସେକ୍ସନ ଅଫିସର ରାଜେନ୍ଦ୍ର ନାୟକ ଏହି ଦାବୀପତ୍ର ଗ୍ରହଣ କରିଥିଲେ ।

Leave A Reply

Your email address will not be published.