csstore

କୋଲକାତାରେ ଛତ୍ରପୁର କଳାବିକାଶ କେନ୍ଦ୍ରର କୁନି ଓଡ଼ିଶୀ ନୃତ୍ୟଶିଳ୍ପୀଗଣ ପୁରସ୍କୃତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : କୋଲକାତାରେ ଅନୁଷ୍ଠିତ ହୋଇଥିବା ଏକ ନିଆରା ପରମ୍ପରାର ସମାରୋହରେ ଛତ୍ରପୁର କଳାବିକାଶ କେନ୍ଦ୍ରର କୁନିକୁନି ବାଳିକାମାନେ ଦୁଃସାହସିକତାର ସହ ମେଗା ମଞ୍ଚରେ ଓଡ଼ିଶୀ ଶାସ୍ତ୍ରୀୟ ନୃତ୍ୟ ପରିବେଷଣ ସହ ମଞ୍ଚରେ ସୁନ୍ଦର ଚିତ୍ତାକର୍ଷକ ଅଭିନୟ କରି ଅଗଣିତ ଦର୍ଶକଙ୍କୁ ବିମୋହିତ କରିଦେଇଛନ୍ତି । ମହାନଗରୀ କୋଲକାତାର ସତ୍ୟଜିତ୍ ଅଡିଟୋରିୟମ୍‌ରେ ଆୟୋଜିତ ଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତ, ବାଦ୍ୟଯନ୍ତ୍ର ଆଦି ବିଭିନ୍ନ ବର୍ଗର ସମ୍ମାନ ସମାରୋହର ବର୍ଣ୍ଣାଢ଼୍ୟ ଉତ୍ସବରେ ସମାହିତ ହୋଇଥିବା ବେଳେ ଓଡ଼ିଶାର ଦ୍ୱିତୀୟ ଅଗ୍ରଣୀ ସଂଗଠନ ଛତ୍ରପୁର କଳାବିକାଶ କେନ୍ଦ୍ରର କୁନିକୁନି ଓଡିଶୀ ନୃତ୍ୟଶିଳ୍ପୀମାନେ ସମୂହ ପାରଦର୍ଶିତା ପ୍ରଦର୍ଶନ କରିଥିଲେ । ଯାହାକି ଏତେ ଛୋଟ ଛୋଟ କୁନି ବାଳିକାମାନେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ “ଆହେ ନୀଳ ଶଇଳ” ସଙ୍ଗୀତ ପରିବେଷଣରେ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରି ଅଗଣିତ ଦର୍ଶକଙ୍କୁ ଯେତିକି ଆକର୍ଷିତ, ସେତିକି ବିମୋହିତ କରିଛନ୍ତି । ଓଡ଼ିଶୀ ନୃତ୍ୟଗୁରୁ ଅଳକା ସାହୁଙ୍କ ଦ୍ଵାରା ପ୍ରତିଷ୍ଠିତ ଓ ନିର୍ଦ୍ଦେଶିତ ଏହି ଟିମ୍ ମେଗାମଞ୍ଚରେ ପୁରସ୍କୃତ ହୋଇଥିବା ସାଂଗକୁ ମଞ୍ଚରେ ସମସ୍ତ କୁନିକୁନି ନୃତ୍ୟଶିଳ୍ପୀଙ୍କ ଅଭିଭାବକଙ୍କୁ ମଧ୍ୟ ମଞ୍ଚରେ ସମ୍ମାନିତ କରାଯାଇଥିଲା ।

jayashree
Leave A Reply

Your email address will not be published.