csstore

ବିଶାଳ ହିନ୍ଦୁ ସମ୍ମିଳନୀ ତୁରେକେଲା ଖଣ୍ଡ

ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ଟିକ୍ରାପଡ଼ା ସ୍ଥିତ ଲକ୍ଷ୍ମୀ ମନ୍ଦିର ପ୍ରାଙ୍ଗଣରେ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ତୁରେକେଲା ମଣ୍ଡଳ ହିନ୍ଦୁ ସମ୍ମିଳନୀ ଆୟୋଜକ କମିଟି ସଭାପତି ପୁରନ୍ଦର ପୁଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି କଣ୍ଟାବାଞ୍ଜି ମଣ୍ଡଳୀର ବିଧାୟକ ଲକ୍ଷ୍ମଣ ବାଗ, ବୀର ବିକ୍ରମ୍ ଆଚାର୍ଯ୍ୟ, ମୁରଲୀ ଲାଲ୍ ଅଗ୍ରୱାଲ ଏବଂ ଗାୟତ୍ରୀ ପରିବାର ହିନ୍ଦୁ ସମାଜ ଓ ସଂସ୍କୃତି ଉପରେ ବାରମ୍ବାର ଷଡ଼ଯନ୍ତ୍ର ପୂର୍ଣ୍ଣ ଆକ୍ରମଣ ହେଉଥିବାରୁ ସମସ୍ତ ହିନ୍ଦୁଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବା ଏହି ସମ୍ମିଳନୀର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବୋଲି ମତବ୍ୟକ୍ତ କରିଥିଲେ । ସମ୍ପାଦକ ଅମିଲ ପୁଟେଲ ସମେତ ହିନ୍ଦୁ ସମ୍ମିଳନୀ କମିଟି କେଶରୀ ଦୀପ, ରାଧାମୋହନ ପୋଡ, ଟୁନା ପଟେଲ, ଡୁଲାଧର ବାଗ, ରବି ଟାକ୍ରି, ସୋମନାଥ ନେତାମ, ରାଜ କୁମାର ହଂସ, ଧନୀରାମ ଭୋଇ, ଉପେନ୍ଦ୍ର ଭୋଇ, ଭୂଷଣ ବେହେରା, ରାଜ କୁମାର ସାହୁ, ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ଛଅ ପଞ୍ଚାୟତ ଯଥା ବଡ଼ବାଙ୍କି, କନ୍ଦେଇ ମହାଖଣ୍ଡ, ଘୁନେଷ, ବଡ ଡକଲାରୁ ପ୍ରାୟ ୨୫୦୦ ରୁ ଅଧିକ ଜନସମାଗମ ହୋଇଥିଲା । ୩୧ ,୧,୨୬ ଦିନ କଳସ ଯାତ୍ରା ହୋଇ ସନ୍ଧ୍ୟା ସମୟରେ ଦୀପ ଯଜ୍ଞ ହୋଇଥିଲା, ପ୍ରାରମ୍ଭରେ ଜଗତ କଲ୍ୟାଣ ନିମନ୍ତେ ପାଞ୍ଚଟି କୁଣ୍ଡରେ ଗାୟତ୍ରୀ ମହାଯଜ୍ଞ, ଦୀପ ଯଜ୍ଞ କରିବା ସହ ଗାୟତ୍ରୀ ମନ୍ତ୍ର ପାଠ କରାଯାଇଥିଲା ।

jayashree
Leave A Reply

Your email address will not be published.