ଉତ୍କଳ ସାମ୍ବାଦିକ ସଙ୍ଘ ମାଲକାନଗିରି ଜିଲ୍ଲା ଶାଖା ପକ୍ଷରୁ ଅବସର କାଳୀନ ସମ୍ବର୍ଦ୍ଧନା ସଭା

ମାଲକାନଗିରି : ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଦିଲ୍ଲୀପ କୁମାର ସାମନ୍ତରାୟଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ସଙ୍ଘ କାର୍ୟ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ଅତିଥି ଭାବେ ବାରିଷ୍ଟ ସାମ୍ବାଦିକ ଅଶୋକ କୁମାର ମିଶ୍ର, ସଭାପତି ଦୁର୍ୟ୍ୟୋଧନ ପାତ୍ରଙ୍କ ସହ ସମସ୍ତ କର୍ମକର୍ତା ଏବଂ ସମସ୍ତ ସଭ୍ୟସଭ୍ୟା ଉପସ୍ଥିତ ଥିଲେ । ଶ୍ରୀ ସାମନ୍ତରାୟଙ୍କ ମାଲକାନଗିରି ଜିଲ୍ଲାରେ ଥିବା ଅବସ୍ଥାରେ ସରକାରୀ କାର୍ୟ୍ୟ ସୁଚାରୁ ରୁପେ ତୁଲାଇବା ସହ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ ସୁସମ୍ପର୍କ ସମ୍ୱନ୍ଧରେ ବକ୍ତାମାନେ ଆଲୋକପାତ କରିବା ସଂଗେ ସଂଗେ ତାଙ୍କର ଦୀର୍ଘ ଜୀବନ କାମନା କରିଥିଲେ । କାର୍ୟ୍ୟକ୍ରମକୁ ସଙ୍ଘର ସଦସ୍ୟ ସୁଶାନ୍ତ କୁମାର ସାମଲ ପରିଚାଳନା କରିଥିବା ବେଳେ ସମ୍ପାଦକ ସତ୍ୟନାରାୟଣ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଶ୍ରୀ ସାମନ୍ତରାୟଙ୍କୁ ଉପଢୌକନ ସହ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave A Reply

Your email address will not be published.