ଜାତୀୟ ସର୍ବ କନିଷ୍ଠ ଖୋ ଖୋ ପ୍ରତିଯୋଗିତା ପାଇଁ ଓଡିଶା ଦଳରେ ଦୁଇ ଭାଇ ଲବ ଓ କୁଶ

ବାରିପଦା, (ଦେବସ୍ମିତ ଚୌଧୁରୀ) : କୁରୁକ୍ଷେତ୍ର, ହରିୟାଣା ଠାରେ ଅନୁଷ୍ଠିତ ହେବାକୁ ଥିବା ୩୫ ତମ ସର୍ବ କନିଷ୍ଠ ଜାତୀୟ ଖୋ ଖୋ ପ୍ରତିଯୋଗିତାରେ ଓଡିଶା ଦଳରେ ସ୍ଥାନ ପାଇ ନିଜ ବିଦ୍ୟାଳୟ, ଅଂଚଳ ତଥା ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ଜଗତସିଂହପୁର ଠାରେ ଅନୁଷ୍ଠିତ ୧୭ ତମ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଉତ୍କୃଷ୍ଟ ଖେଳର ପ୍ରଦର୍ଶନ କରି ଦୁହେଁ ଓଡିଶା ଦଳରେ ସ୍ଥାନ ପାଇଛନ୍ତି । କୁଳିଅଣା ବ୍ଲକ ଅନ୍ତର୍ଗତ ଚାଲୁଣିଆ ଗ୍ରାମ ନିବାସୀ ରାମଚନ୍ଦ୍ର ମୁର୍ମୁ ଓ ରାଇମଣୀ ମୁର୍ମୁଙ୍କ ଦୁଇ ପୁତ୍ର ଲବ ଓ କୁଶ ମୁର୍ଗାବାଡି ସ୍ଥିତ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ୮ମ ଶ୍ରେଣୀରେ ପଢୁଛନ୍ତି । ଖବର ପାଇ ପରିବାର, ଗ୍ରାମବାସୀ ଓ ବିଦ୍ୟାଳୟ କତ୍ତୃପକ୍ଷ ଉଭୟଙ୍କୁ ଅଭିନନ୍ଦନ ଜଣାଇବା ସହ ଜାତୀୟ ସ୍ତରରେ ସଫଳତା କାମନା କରିଛନ୍ତି ।

Leave A Reply

Your email address will not be published.