csstore

କୁଡାସିଂହା ନୋଡାଲ ୟୁ.ପି. ସ୍କୁଲର ବାର୍ଷିକ ଉତ୍ସବ ପାଳନ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଡାସିଂହା ସ୍ଥିତ ତିଲକରାମ ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ଦିନ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପୁଷ୍ପାଞ୍ଜଳି ସୁନାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୁଠୁର୍ଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦଶରଥ ବଗର୍ତ୍ତୀ, ମୁଖ୍ୟବକ୍ତା ଅବସରପ୍ରାପ୍ତ ପଧାନ ଶିକ୍ଷକ ସୁଶୀଲ ଭୋଇ, ସମ୍ମାନିତ ଅତିଥି ଭାବରେ ଉମାକାନ୍ତ ଝଙ୍କାର, ହରେକୃଷ୍ଣ ସାହୁ, ସମିତି ସଭ୍ୟା କାମିନୀ ପୁଟେଲ ଯୋଗ ଦେଇଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ ଉମା ସେନାପତି, ସୁଦାନ ସାହୁ, ପୁଷ୍ପାଞ୍ଜଳି ସାହୁ, ଗୋପୀ ମଲ୍ଲିକ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ବିଦ୍ୟାଳୟର ଶିକ୍ଷୟିତ୍ରୀ ଶ୍ରୀମତୀ ସସ୍ମିତା ମହାନ୍ତି, ବୈଜୟନ୍ତି ମେହେର, ଆରତୀ ସାହୁ, ସଂଗୀତ ରାଣୀ ଦାଶ, ଅରୁନ୍ଧତୀ ବରାଳ ଓ ଶିକ୍ଷକ ଲଳିତ ସାହୁ ପ୍ରମୁଖ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିବାରେ ସହାୟକ ହୋଇଥିଲେ । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସୁନ୍ଦର ଭାବରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥୁଲା । ଶେଷରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶ୍ରୀମତୀ ବୈଜୟନ୍ତି ମେହେର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.