ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ବ୍ଲକ୍ ସଭାଗୃହରେ ଟୀକାକରଣ : ବିଡ଼ିଓ, ତହସିଲଦାର, ପୁଲିସ ବାହିନୀ, ଦମକଳ ବାହିନୀଙ୍କ ସହ ସରପଞ୍ଚ, ସମିତି ସଭ୍ୟମାନେ ନେଲେ କରୋନା ଟୀକା
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଶନିବାର ଦିନ କୋଭିଡ଼ ଯୋଦ୍ଧାଙ୍କୁ କରୋନା ଟୀକା ପ୍ରଦାନର ଦ୍ଵିତୀୟ ପର୍ୟ୍ୟାୟ ଆରମ୍ଭ ହୋଇଛି । ଦେଓଗାଁ ବ୍ଲକ ସଭାକକ୍ଷରେ ତହସିଲଦାର ନାରାୟଣ ସାହୁ, ବିଡ଼ିଓ ରୁଦ୍ର ପ୍ରସାଦ ସୁନାଙ୍କ ସହ ସରପଞ୍ଚ, ସମିତି ସଭ୍ୟ, ଦମକଳ ବାହିନୀ, ପୁଲିସ ଅଧିକାରୀ, ଅଙ୍ଗନବାଡ଼ି କର୍ମୀ, ସହାୟିକା ସହ ଯନ୍ତ୍ରୀ ଓ ଜିଆରଏସ୍ମାନେ ଟୀକା ନେଇଛନ୍ତି । ବ୍ଲକ କାର୍ୟ୍ୟାଳୟ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଟୀକା କେନ୍ଦ୍ରରେ ୧୭୭ ଜଣ କରୋନା ଯୋଦ୍ଧାଙ୍କୁ ଟୀକା ଦିଆଯାଇଛି ବୋଲି ଦେଓଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡ. ସୁରେନ୍ଦ୍ର ପରକିଆ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଦେଓଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ କୋଭିଡ଼ ଯୋଦ୍ଧାଙ୍କୁ ପର୍ୟ୍ୟାୟ କ୍ରମେ ପ୍ରଥମ ଦିନରେ ୮୮ଜଣ, ଦ୍ବିତୀୟ ଦିନରେ ୧୧୨ଜଣ, ତୃତୀୟ ଦିନ ୯୯ଜଣ, ଚତୁର୍ଥ ଦିନରେ ୧୨୦ଜଣଙ୍କ ସହ ୧୭୭ଜଣଙ୍କୁ ମିଶାଇ ମୋଟ ୫୯୬ଜଣଙ୍କୁ କରୋନା ଟୀକା ପ୍ରଦାନ କରାଯାଇଛି ।