ପାଇଖାନା କାନ୍ଥ ପଡ଼ି ଯୁବକଙ୍କ ଅକାଳ ବିୟୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ଗାଁରେ ମଙ୍ଗଳବାର ଭୋର ୫ଟାରେ ପାଇଖାନାର କାନ୍ଥ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ପ୍ରାପ୍ତ ସୂଚନା ଅନୁସାରେ, ପାଇକମାଲ ବ୍ଲକ ମାଣ୍ଡୋସିଲ ଗାଁର ଗିରୀଶ ଚନ୍ଦ୍ର ରଣା (୪୫) ମଙ୍ଗଳବାର ସକାଳ ଭୋର ୫ଟାରେ ଶୌଚାଳୟ ପାଇଁ ପାଇଖାନାକୁ ଯାଇଥିଲେ । ସେଠାରେ ପାଇଖାନାର କାନ୍ଥ ଭୁଶୁଡି ପଡିବାରୁ ସେ ଚାପି ହୋଇ ଯାଇଥିଲେ । ପାଇଖାନାରୁ ଫେରିବାରେ ବିଳମ୍ବ କରିବାରୁ ପରିବାର ଲୋକେ ତାଙ୍କୁ ଦେଖିବାକୁ ଆସିଥିବା ବେଳେ ସେ ପାଇଖାନାର କାନ୍ଥରେ ଚାପି ହୋଇସାରିଥିାଲ । ପରିବାର ବର୍ଗ ତାକୁ ଉଦ୍ଧାର କରି ନୂଆପଡ଼ା ସରକାରୀ ଡାକ୍ତରଖାନାକୁ ନେଇଥିଲେ । ଏହି ଡାକ୍ତରଖାନାରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତାଙ୍କ ମୃତ୍ୟୁ ପଛରେ ତାଙ୍କ ବାପା, ମା, ସ୍ତ୍ରୀ, ଦୁଇ ଝିଅ, ଗୋଟିଏ ପୁଅ ତଥା ବନ୍ଧୁ ବାନ୍ଧବଙ୍କୁ ଛାଡି ଚାଲିଯାଇଛନ୍ତି । ତାଙ୍କୁ ହରାଇ ପରିବାର ଅସହାୟ ହୋଇ ପଡିଛନ୍ତି । ଏନେଇ ପରିବାର ବର୍ଗ ସରକାରୀ ସହାୟତା ଯୋଗାଇ ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି । ସେ ଜଣେ ଅଞ୍ଚଳର ମେଳାପୀ, ମିଷ୍ଟଭାଷୀ ତଥା ପରୋପକାରୀ ବ୍ୟକ୍ତି ଥିଲେ । ସେ ଧାରୋଲ ମାଣ୍ଡୋସିଲ ଅଞ୍ଚଳର କୁମ୍ଭାର ସମାଜ ସର୍କଲ ସଭାପତି ୧୫ ବର୍ଷ ଧରି ଦାୟିତ୍ଵ ନିର୍ବାହ କରିଥିଲେ । ସେ ମାଣ୍ଡୋସିଲ ଦୁର୍ଗା ପୂଜା କମିଟି କୋଷାଧ୍ୟକ୍ଷ, ମାଣ୍ଡୋସିଲ ସ୍କୁଲ କମିଟିର ସକ୍ରିୟ ସଦସ୍ୟ ରହିଥିଲେ । ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.