csstore

ଚାଷୀ ସମସ୍ୟାକୁ ନେଇ ନବ ନିର୍ମାଣ କୃଷକ ସଂଘର ବନ୍ଦ ଡାକରାକୁ ସମର୍ଥନ ଜଣାଇଲା କଂଗ୍ରେସ

  • ଟିଟିଲାଗଡ଼ରେ ଦୋକାନ ବଜାର ବନ୍ଦ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଚାଷୀ ସମସ୍ୟା ସହିତ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଜି ଓଡିଶା ବନ୍ଦ ଡାକରା । ନବ ନିର୍ମାଣ କୃଷକ ସଙ୍ଗଠନକୁ ସମର୍ଥନ ଜଣାଇଲା କଂଗ୍ରେସ । ଆଜି ସାରା ଓଡ଼ିଶାରେ ବନ୍ଦ ଡାକରା ଦିଆଯାଇଛି, ଏହି ପରିପ୍ରେକ୍ଷୀରେ ଟିଟିଲାଗଡ଼ ସହରରେ ଏହାର ଆଂଶିକ ପ୍ରଭାବ ଦେଖିବାକୁ ମିଳିଛି । ସହରର ମୁଖ୍ୟ ରାସ୍ତା କଡ଼ରେ ଥିବା ସମସ୍ତ ଦୋକାନ, ପେଟ୍ରୋଲ ପମ୍ପ ବନ୍ଦ ରହିଥିବା ବେଳେ ରିଲାଏନସ ମାର୍ଟ ଓ ଥାନା ସମ୍ମୁଖରେ କିଛି ଦୋକାନୀ ପରିବା ଓ ଫଳମୂଳ ବିକ୍ରି କରୁଥିବା ଦେଖିବାକୁ ମିଳିଥିଲା । ତେବେ ଏବେ ସମସ୍ତ ସଙ୍ଗଠନ ଓ କଂଗ୍ରେସ କର୍ମୀ ପିକେଟିଂ କରି ବନ୍ଦକରି ଦେଇଛନ୍ତି । ଏହି ବନ୍ଦ ଡାକରାକୁ ସମର୍ଥନ ଦେଇ କଂଗ୍ରେସ ନେତା ବିରେନ୍ଦ୍ର ବାଗ, ବ୍ଲକ ସଭାପତି ମଗନ ଲାଲ୍ ନାଗ, ସାଧାରଣ ସମ୍ପାଦକ ଡିସିସି ଶିବ ପରିଡ଼ା, ଜିଲ୍ଲା ସଭାପତି ଏସ ସି ସେଲ ଡମ୍ବରୁ ଧର ଛତ୍ରିଆ, ଜିଲ୍ଲା ଉପସଭାପତି ଦେବାନନ୍ଦ ସାହୁ, ସାତ ନମ୍ୱର ଜୋନ କଂଗ୍ରେସ କୋର୍ଡି ନେଟର କିଷନ ନାଗ, ଆଦିବାସୀ ସମାଜର ନିତ୍ୟାନନ୍ଦ ମାଝୀ, ମାଇନୋ ରେଟେରି ତାଜୁଦ୍ଧିନ ଖାଁ, ଜୋନ କର୍ଡିନେଟର ଦୁର୍ଯ୍ୟୋଧନ ସୁନା, ଯାଦବ ନେତା ସୁବାସ ଛତର, ଡିସିସି ସମ୍ପାଦକ ଜୟ ସିଂ ତାଣ୍ଡି, ଡି ସି ସି ସେକ୍ରେଟାରୀ ମାଇନୋରିଟି ଏମ ଡି ସାହିଲ ଓ ଅନ୍ୟାନ୍ୟ ସଦସ୍ୟମାନେ ସାମିଲ ହୋଇଥିଲେ ।

jayashree
Leave A Reply

Your email address will not be published.