csstore

ତୁରେକେଲାରେ ବିଭିନ୍ନ କାର୍ଯ୍ୟାଳୟ ଉଦଘାଟନ କଲେ – କଣ୍ଟାବାଞ୍ଜି ବିଧାୟକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ତୁରେକେଲା ଠାରେ ବିଭିନ୍ନ କାର୍ଯ୍ୟାଳୟ ଉଦଘାଟିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ତୁରେକେଲାରେ ସ୍ଥାୟୀ ନୂତନ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଓ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ, ପଞ୍ଚାୟତ ଫେସିଲିଟି ସେଣ୍ଟର ଉଦଘାଟନ କରାଯାଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ତୁରେକେଲା ପଞ୍ଚାୟତ ସରପଞ୍ଚ ମାଧୁରୀ ବେହେରାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ସମ୍ମାନୀୟ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷା ରଞ୍ଜୁବାଳା ବେହେରା, ବଙ୍ଗୋମୁଣ୍ଡା ବିଡ଼ିଓ ସୁଶ୍ରୀ ନିତୁଶ୍ରୀ ମେହେର, ବଙ୍ଗୋମୁଣ୍ଡା ଜୋନର ଜିଲ୍ଲା ପରିଷଦ ସଦସ୍ୟ ଓମ ପ୍ରକାଶ କୁମ୍ଭାର, ବଙ୍ଗୋମୁଣ୍ଡା ଅତିରିକ୍ତ ତହସିଲଦାର ଛବି ପୋଢ଼, ତୁରେକେଲା ସମିତି ସଭ୍ୟ ମୁରଲୀଧର କୁମ୍ଭାର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଏଥିରେ ଅଞ୍ଚଳର ବିଭିନ୍ନ ବ୍ୟକ୍ତି ବିଶେଷମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସୁଶୀଲ କୁମାର ପୋଢ଼ ମଞ୍ଚ ପରିଚାଲନା କରିଥିବା ବେଳେ ସମାଜସେବୀ ରବୀନ୍ଦ୍ରନାଥ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ବଙ୍ଗୋମୁଣ୍ଡା ଏବିଡ଼ିଓ ସୁଶାନ୍ତ ପାଣି, ଜିପିଡ଼ିଓ ପୁରୁଷୋତ୍ତମ ମାଝୀ, ବିପିଏମ ସତ୍ୟପ୍ରିୟ ବେହେରା, ବିଏସଏସଓ ସଂଜିତ ସୁନା, ରାଜସ୍ୱ ନିରୀକ୍ଷକ, ପଞ୍ଚାୟତ କାର୍ଯ୍ୟନିର୍ବାହୀ, ଯୋଗାଣ ସହାୟକ, ଏଡିଇଓ, ଜିଓଟେଗ, ଗାଁ ସାଥି ତଥା ସମସ୍ତ ଆଶା କର୍ମୀ ଓ ସମସ୍ତ ଅଙ୍ଗନବାଡି କର୍ମୀ ସହ ଏମବିକେ, ସିଆରପି ଏବଂ ତୁରେକେଲା ଗ୍ରାମ ପଞ୍ଚାୟତର ମହିଳା ଗୋଷ୍ଠୀ ସ୍ଥାନୀୟ ଜନ ସାଧାରଣମାନେ ଉପସ୍ଥିତ ଥିଲେ । ଏଥିରେ ପଞ୍ଚାୟତ କର୍ମଚାରୀମାନେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.