mahavir

ଇସ୍ପାତ ନଗରୀ ରାଉରକେଲାରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ନଗରୀ ରାଉରକେଲା ଠାରେ ବିଭିନ୍ନ ଅନୁଷ୍ଠାନ ତରଫରୁ ୭୭ ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଅତିଥିମାନେ ଜାତୀୟ ପତାକା ଉତ୍ତୋଳନ କରିବା ସହ ସାଧାରଣତନ୍ତ୍ର ଦିବସ ପାଳନର ଲକ୍ଷ୍ୟ, ଆଭିମୁଖ୍ୟ, ସମ୍ବିଧାନ ଓ ବିଭିନ୍ନତା ମଧ୍ୟରେ ଏକତା, ସାର୍ବଭୌମିକ ରାଷ୍ଟ୍ର, ତ୍ରିରଙ୍ଗାର ଆହ୍ୱାନ, ସମ୍ବିଧାନର ପ୍ରସ୍ତାବନାରେ ସାମାଜିକ ଓ ଅର୍ଥନୈତିକ ନ୍ୟାୟ ସହ ଆମେ ଦେଶ ଗଠନରେ ଆମର ଭୂମିକା, ନ୍ୟାୟ ଓ ସମାନତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ପ୍ରାୟ ସମସ୍ତ ସ୍ଥାନରେ ଜାତୀୟ ସଂଗୀତ ଗାନ କରାଯାଇଥିଲା । ସଚେତନ ନାଗରିକ ମଞ୍ଚ ରାଉରକେଲା ସଚେତନ ନାଗରିକ ମଞ୍ଚ ତରଫରୁ ଛେଣ୍ଡ ସ୍ଥିତ କାର୍ଯ୍ୟାଳୟ ଠାରେ ସଭାପତି ଇଂ ବିମଳ କୁମାର ବିଶି ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସାଧାରଣ ସମ୍ପାଦକ ପି ପି ରାୟ ଐକ୍ୟବଦ୍ଧତା ଓ ଭାଇଚାରା ସହ ଜିଲ୍ଲା ଓ ରାଉରକେଲାର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରାଜକିଶୋର ମିଶ୍ର, ଅକ୍ଷୟ ଜେନା, ବିଷ୍ଣୁଚରଣ ସାମଲ, ସୁନିଲ କାୟଲ, ଚକ୍ରାନ୍ତ ଜେନା, ଶଶଧର ପାତ୍ର, ସସ୍ମିତା ପ୍ରଧାନ, ରଜନୀକାନ୍ତ ସ୍ୱାଇଁ, ଫକୀର ପାଣି, କୁଞ୍ଜବିହାରୀ ରାଉତ, ଜଗନ୍ନାଥ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ହମିରପୁର ଉନ୍ନୟନ ପରିଷଦ ହମିରପୁରର ବରିଷ୍ଠ ନାଗରିକ ଭୁବନେଶ୍ୱର ପ୍ରସାଦ ଆଚାର୍ଯ୍ୟ ଜାତୀୟ ପତାକା ଉତ୍ତୋଳନ ସହ ସାର୍ବଭୌମତ୍ୱ ରାଷ୍ଟ୍ର ଗଠନର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ବିଷ୍ଣୁଚରଣ ନାୟକ, ଶୈଳେନ୍ଦ୍ର ନାରାୟଣ ସେନାପତି, ଅନିଲ କୁମାର ବାଲଚାନ୍ଦନୀ, ନିରଞ୍ଜନ ନାୟକ, ରାଜେନ୍ଦ୍ର ସେନାପତି, ସନ୍ତୋଷ ରାୟଗୁରୁ, ବି କେ କୁମାର, ନଗେନ୍ଦ୍ର ପ୍ରସାଦ, ଅଶୋକ କୁମାର ସାହୁ, ପୁଷ୍ପଲତା ରାୟଗୁରୁ, ରୁନୁ ବେହେରା, ଜ୍ୟୋସ୍ନା ରାଣୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନ ସଭାପତି ବିରଞ୍ଚିନାରାୟଣ ପଟ୍ଟନାୟକଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ସତ୍ୟାନନ୍ଦ ମହାନ୍ତି ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଉପସଭାପତି କୁଞ୍ଜବିହାରୀ ରାଉତ, ସାଧାରଣ ସମ୍ପାଦକ ଅରୁଣ ଦାଶ, ସହ-ସମ୍ପାଦକ ଗନ୍ଦୁର ଓରାମ, ସମାଜସେବୀ ପି ପି ରାୟ, ଶୈଳେନ୍ଦ୍ର ମହାନ୍ତି, ପ୍ରମୋଦ କୁମାର ନାତୁଲ୍ୟ, ରଜନୀକାନ୍ତ ସ୍ୱାଇଁ, ସନ୍ତୋଷ ସ୍ୱାଇଁ, ସସ୍ମିତା ପ୍ରଧାନ, ସୁଦୀପ ଦେ, ଦିଲ୍ଲୀପ ଶର୍ମା, ଶୈଳେନ୍ଦ୍ର କୁମାର ସାହୁ, ସରୋଜ ବେହେରା, ସରୋଜ କୁମାର ଜେନା, ବିବେକ ଦାସ, ସୁରେଶ ନନ୍ଦ, ରାଜଦୀପ ମହାନ୍ତି, ସୁମନ୍ତ ଜେନା, କମଳାକାନ୍ତ ରାଉତ, ବିମଲ ପଟ୍ଟନାୟକ, ରାକେଶ ସିଂହ, ଆଜିମ୍ ଖାଁ, ଇରସାଦ୍ ଖାଁ, ସୌମ୍ୟରଞ୍ଜନ ରାଉତ, ରାନୁ ମହାପାତ୍ର, ନରେନ୍ଦ୍ର ସିଂ କାଲା, ଇନ୍ଦ୍ର, କୁମର ବେହେରା, ଦୀନେଶ ମିଶ୍ର, ପ୍ରମୋଦ ଜଗଦ୍ଦେବ, ପ୍ରବାଳ ରଞ୍ଜନ ବାରିକ୍ ପ୍ରମୁଖ ଉପସ୍ଥିତ ଥିଲେ । ବରିଷ୍ଠ ସାମ୍ବାଦିକ ସତ୍ୟାନନ୍ଦ ବେହେରା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ମିଡିଆ କ୍ଲବ ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସଙ୍କ ଆବାହକତ୍ୱ, ସତ୍ୟାନନ୍ଦ ବେହେରାଙ୍କ ସଂଯୋଜନାରେ ସଚେତନ ନାଗରିକ ମଞ୍ଚର ସଭାପତି ଇଂ ବିମଳ କୁମାର ବିଶି ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କୁମାର ବେହେରା, ଗୋପିନାଥ ପଟ୍ଟନାୟକ, ନିରଞ୍ଜନ ଦାସ, ସତ୍ୟାନନ୍ଦ ମହାନ୍ତି, କୁଞ୍ଜବିହାରୀ ରାଉତ, ସୁବାସ ଲେଙ୍କା, ସଂଗ୍ରାମ ଭୂୟାଁ, ପି ପି ରାୟ, ଅନିଲ ମହାନ୍ତି ପ୍ରମୁଖ ବକ୍ତବ୍ୟ ରଖିଥିଲା ବେଳେ ବିବେକାନନ୍ଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିରଞ୍ଚିନାରାୟଣ ପଟ୍ଟନାୟକ, ଦିଲୀପ ଶର୍ମା, ସସ୍ମିତା ପ୍ରଧାନ, ରାନୁ ମହାପାତ୍ର, ଅରୁଣ ଦାଶଙ୍କ ସମେତ ବହୁ ସାମ୍ବାଦିକ, ସମାଜସେବୀ ଉପସ୍ଥିତ ଥିଲେ । ନିଟ୍ରା ଏନ୍ଆଇଟିର ପ୍ରାକ୍ତନ ଛାତ୍ର ସଂଘ କାର୍ଯ୍ୟାଳୟ ଠାରେ ସମ୍ପାଦକ ଡ. ହୃଷିକେଶ ନାୟକଙ୍କ ସଂଯୋଜନାରେ ଏନ୍ଆଇଟିର ନିର୍ଦ୍ଦେଶକ ପ୍ରଫେସର କେ ଉମା ମହେଶ୍ୱର ରାଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ପ୍ରଫେସର ରାଓ ଏହି ଅବସରରେ ଏନ୍ଆଇଟି ୧୦୦ଟି ପେଟେଣ୍ଟ ପାଇଥିବା ସହ ସମ୍ପ୍ରତି ୧୩ ନମ୍ବର ସ୍ଥାନରେ ଥିବା ଏହି ଅନୁଷ୍ଠାନ ଆଗାମୀ ଦିନରେ ଏହାକୁ ସମଗ୍ର ଦେଶରେ ଶ୍ରେଷ୍ଠ ଦଶ ଟି ସ୍ଥାନ ମଧ୍ୟରେ ରଖିବା ପ୍ରୟାସ ଜାରି ରହିଛି ବୋଲି ସେ ମତବ୍ୟକ୍ତ କରିଥିଲେ । ସେହିପରି ଏମସିଏଲ ସହଯୋଗରେ ପ୍ରାୟ ଦଢଶହ କୋଟି ଟଙ୍କା ବିନିମୟରେ ହଷ୍ଟେଲ ନିର୍ମାଣ, ୨ ହଜାର ବାଳିକା ହଷ୍ଟେଲ କାର୍ଯ୍ୟକ୍ଷମ,୨୦୪୭ ଭାରତକୁ ଆଖି ଆଗରେ ରଖି ଆତ୍ମନିର୍ଭରଶୀଳ, ଏଏନଆରଏଫ ଯୋଜନାରେ ୧୦୦ କୋଟି ଅନୁଦାନ ଓ ସମାଜ ଗଠନରେ ଏନ୍ଆଇଟିର ଭୂମିକା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଇଞ୍ଜିନିୟରିଂ କଲେଜ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ ହୋଇଥିବା ଏନ୍ଆଇଟିର ସଦସ୍ୟ ଥିବା ଖେଳାଳି ଓ ଆନ୍ତର୍ଜାତିକ ସ୍ତରରେ କ୍ରୀଡ଼ାରେ ଅଶୋକ ବିଶ୍ୱାଳ କୃତିତ୍ୱ ହାସଲ କରିଥିବାରୁ ପୁରସ୍କୃତ କରିଥିଲେ । ନିଟ୍ରାର ସଭାପତି ଫକୀର ଚରଣ ମହାନ୍ତି, ନିଟ୍ରା ରାଉରକେଲା ଚାପ୍ଟରର ଅଧ୍ୟକ୍ଷ ବିମଳ କୁମାର ବିଶି, ରେଜିଷ୍ଟ୍ରାର ରୋହନ ଧୀମାନ, ଡିନ୍ ଆଲୁମନି ପ୍ର. ହିମାଂଶୁ ଭୂଷଣ ସାହୁ, ଗୋପିନାଥ ପଟ୍ଟନାୟକ, କୁମାର ବେହେରା, ଡ. ଆର କେ ବିଶ୍ୱାଳ, ପ୍ରଫେସର ସିଂହମ ଜୟଥୁ, ନିବେଦିତା ପଟ୍ଟନାୟକ, ବିଶ୍ୱଜିତ ମିଶ୍ର, ସରୋଜ ବେହେରା, ରାହୁଲ ଅଗ୍ରୱାଲ ଓ ବହୁ ନିଟ୍ରାନ ପ୍ରମୁଖ ଉପସ୍ଥିତ ଥିଲାବେଳେ ଶେଷରେ ସ୍ଵରୁପ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପରିସରରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଆବାହିକା ଭଗବତୀ ଜେନାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭାର ସାଧାରଣ ସମ୍ପାଦକ ଶଶଧର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ସେକ୍ଟର ୨୦ କୋଏଲ ବିଦ୍ୟାପୀଠର ଛାତ୍ରଛାତ୍ରୀମାନେ ଶୋଭାଯାତ୍ରାରେ ଆସି ପ୍ରତିଷ୍ଠାନରେ ପହଞ୍ଚିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାପୀଠର ବରିଷ୍ଠ ଶିକ୍ଷକ ଅରୁଣ କୁମାର ସ୍ୱାଇଁ, ସରୋଜ କୁମାର ସାହୁ, ଘନଶ୍ୟାମ ସାହୁ, ଦେବୀରଞ୍ଜନ ସାହୁ, ଦିଲ୍ଲୀପ କୁମାର ସାହୁ, ଉର୍ବଶୀ ମଲ୍ଲିକ, ସିଧୁ ମଲ୍ଲିକ, ଲକ୍ଷ୍ମୀପ୍ରିୟା ମଲ୍ଲିକ, ସସ୍ମିତା ପ୍ରଧାନ, କୁଞ୍ଜବିହାରୀ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଏକତା ଗୃପ ସେକ୍ଟର ୨୦ ନେହେରୁ ପଲ୍ଲୀ ସ୍ଥିତ ମହିଳା ସଂଗଠନ ଏକତା ଗୃପ ତରଫରୁ ମିଶ୍ର ଖଟାଲ ସ୍ଥିତ ଯଜ୍ଞମଣ୍ଡପ ଠାରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଲଲିମା ଜୟସିଂହଙ୍କ ସଭାପତିତ୍ୱ ଓ ସମ୍ପାଦିକା ରୀତା ମହାପାତ୍ରଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ରୁକସନା ବେଗମ, ପ୍ରମୋଦିନୀ ଦାଶ, ଜାନକୀ ଦେବୀ, ଗାୟତ୍ରୀ ସାମଲ, ଜ୍ଞାତି ଦେବୀ, ଗୀତା ଦେବୀ, ସୁକାନ୍ତି କୁମ୍ଭାର, ଶିବକୁମାରୀ ଦେବୀ, ଉମା ରାୟ, ସୁକାନ୍ତୀ ପାତ୍ର, ଲକ୍ଷ୍ମୀ ଗଣ୍ଡ, ସବିତା ଶେଖର ପ୍ରମୁଖ ଉପସ୍ଥିତ ଥିଲେ । ଆନନ୍ଦାଲୋକ ସେକ୍ଟର ୧୯ ସ୍ଥିତ ଆନନ୍ଦାଲୋକ ହୋଟେଲ ଠାରେ ୭୭ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଆନନ୍ଦାଲୋକର ମ୍ୟାନେଜିଂ ଡାଇରେକ୍ଟର ରାଜେନ୍ଦ୍ର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡା. ତ୍ରିଲୋଚନ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ନିହାର ଦାସଙ୍କ ସମେତ ଅନୁଷ୍ଠାନର ସମସ୍ତ କର୍ମଚାରୀ ଓ କିଛି ଅତିଥି ମାନେ ଉପସ୍ଥିତ ଥିଲେ । ରୋଟାରୀ କ୍ଲବ ଅଫ୍ ରାଉରକେଲା ଅର୍ବାନ ରୋଟାରୀ କ୍ଲବ ଅଫ୍ ରାଉରକେଲା ଅର୍ବାନ ପକ୍ଷରୁ ଗର୍ଜନ ସ୍ଥିତ ବିବେକାନନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ୭୭ତମ ଗଣତନ୍ତ୍ର ଦିବସ ପାଳନ ହୋଇଯାଇଛି । ପ୍ରଭାତ ଫେରି ପରେ ରୋଟାରୀ କ୍ଲବ ଅଫ୍ ରାଉରକେଲା ଅର୍ବନର ଅଧ୍ୟକ୍ଷ ରୋଟାରୀଆନ ଉଦିତ କୁମାର ସାହୁ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଆକର୍ଷଣୀୟ ପରେଡ୍ ପ୍ରଦର୍ଶନ କରାଯାଇଥିଲା । ସମ୍ପ୍ରତି ବିଦ୍ୟାଳୟରେ ସ୍ଥାପିତ ବାସ୍କେଟବଲ୍ ପୋଷ୍ଟ ଓ କୋର୍ଟର ଉଦାହରଣ ଦେଇ ସେ ଛାତ୍ରଛାତ୍ରୀମାନଙ୍କୁ ମୋବାଇଲ୍ ଗେମ୍‌ର ଆସକ୍ତି ଛାଡ଼ି ବାସ୍କେଟବଲ୍‌କୁ ନିଜର ରୁଚି ଓ ଆଗ୍ରହ ରଖିବାକୁ ଉତ୍ସାହିତ କରିଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ହରିଶ୍ଚନ୍ଦ୍ର ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମସ୍ତ ରୋଟାରୀଆନ ଟି. ଅଶ୍ୱିନୀ କୁମାର ପାତ୍ର, ମଞ୍ଜୁରାଣୀ ମେହର, ଡେଜି ପ୍ରଧାନ, ଦେବବ୍ରତ ନାୟକ, ଉଷା ଦାସ, କ୍ଲବର ପ୍ରଥମ ମହିଳା ପଦ୍ମିନୀ ସାହୁ, ସରୋଜିନୀ ପାଢ଼ୀ, ବନାନୀ ଦାସ, ସସ୍ମିତା ନାୟକ, ଟି. ରଶ୍ମିତା ପାତ୍ର ସହ ରୋଟାରାକ୍ଟ ସଦସ୍ୟ ଗୋବିନ୍ଦା ଉପସ୍ଥିତ ଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ, କର୍ମଚାରୀ ଓ ଅତିଥିମାନେ କାର୍ଯ୍ୟକ୍ରମକୁ ସଫଳ କରିବାରେ ପୂର୍ଣ୍ଣ ସହଯୋଗ ପ୍ରଦାନ କରିଥିଲେ ।

Leave A Reply

Your email address will not be published.