pr

ମିଡ଼ିଆ କ୍ଲବ ପକ୍ଷରୁ ୭୭ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ

dr. purohit

ରାଉରକେଲା(ସସ୍ମିତା ପ୍ରଧାନ) : ରାଉରକେଲା ମିଡ଼ିଆ କ୍ଲବ ପକ୍ଷରୁ ସେକ୍ଟର – ୨୧ ସ୍ଥିତ କାର୍ଯ୍ୟାଳୟ ପରିସରରେ ୭୭ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ନେଟ୍ରା ର ସଭାପତି ଇଂ ବିମଲ ବିଶି ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସମ୍ମାନିତ ଅତିଥି ଭାବେ ଆଇ.ଏଚ.ଆର.ସି ର ଜିଲ୍ଲା ସଭାପତି ଇଂ କୁମାର ବେହେରା, ବରିଷ୍ଠ ସାମ୍ବାଦିକ ସତ୍ୟାନନ୍ଦ ମହାନ୍ତି, ଆରଏସପି ର ପ୍ରାକ୍ତନ ଜିଏମ ଇଂ ଗୋପୀନାଥ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଏହି ଦିବସ ପାଳନର ଲକ୍ଷ୍ୟ ଓ ଉଦେଶ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମକୁ ବରିଷ୍ଠ ସାମ୍ବାଦିକ ସତ୍ୟାନନ୍ଦ ବେହେରା ସଂଯୋଜନା କରିଥିଲେ । ଉପ ସଭାପତି ନିରଞ୍ଜନ ଦାସ, ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ, ବରିଷ୍ଠ ସାମ୍ବାଦିକ ଅନିଲ ମହାନ୍ତି, କୁଞ୍ଜବିହାରୀ ରାଉତ, ପ୍ରମୋଦ ନାତୁଲ୍ୟ, ଶୈଳେନ୍ଦ୍ର ମହାନ୍ତି ପ୍ରମୁଖ ଆଲୋଚନା କରି ଦେଶର ଅଖଣ୍ଡତା ଓ ଐକ୍ୟ ବଜାଇ ରଖିବାକୁ ଆହ୍ୱାନ କରିଥିଲେ । ପ୍ରତ୍ୟେକେ ନିଜ ନିଜ ସ୍ତରରେ ଦେଶର ବିକାଶରେ ସହଯୋଗ କରିବାକୁ ଅତିଥିମାନେ ମତ ଦେଇଥିଲେ । ଏହି ଅବସରରେ ସାମ୍ବାଦିକ ବିରଞ୍ଚି ନାରାୟଣ ପଟ୍ଟନାୟକ, ସଂଗ୍ରାମ ଭୂୟାଁ, ଅରୁଣ ଦାଶ, ଗନ୍ଦୁର ଓରାମ, ପି ପି ରାୟ, ରଜନୀକାନ୍ତ ସ୍ୱାଇଁ, ସନ୍ତୋଷ ସ୍ୱାଇଁ, ସସ୍ମିତା ପ୍ରଧାନ, ସୁଦୀପ ଦେ, ଦିଲ୍ଲୀପ ଶର୍ମା, ଶୈଳେନ୍ଦ୍ର କୁମାର ସାହୁ, ସରୋଜ ବେହେରା, ଜଗନ୍ନାଥ ମାହାତୋ, ସରୋଜ କୁମାର ଜେନା, ଡ଼ ସୁବାଷ ଚନ୍ଦ୍ର ଲେଙ୍କା, ସୁରେଶ କୁମାର ନନ୍ଦ, ରାଜଦୀପ ମହାନ୍ତି, ସୁମନ୍ତ ଜେନା, କମଳାକାନ୍ତ ରାଉତ, ବିମଲ ପଟ୍ଟନାୟକ, ରାକେଶ ସିଂହ, ରାନୁ ମହାପାତ୍ର, ଗୌରୀ ନାଗ, ନରେନ୍ଦ୍ର ସିଂ କାଲା, ପ୍ରମୋଦ ଜଗଦେବ, ଆର.ଏନ ଦୁବେ, ଗ୍ରେସି ଡେଭିଟ, ସତ୍ୟବାନ ସାହୁ, ମୁକେଶ ସିଂହ ପ୍ରମୁଖ ଉପସ୍ଥିତ ଥିଲେ । ସମସ୍ତେ ସମବେତ ସ୍ୱରରେ ଜାତୀୟ ସଂଗୀତ ଗାନ ସହ ବିଭିନ୍ନ ଦେଶାତ୍ମ ବୋଧକ ସ୍ଲୋଗାନ ଦେଇଥିଲେ ।

nrusinghnath
Leave A Reply

Your email address will not be published.