ସୁବର୍ଣ୍ଣପୁର ଜିଲ୍ଲାରେ ଆରମ୍ଭ ହେଲା ‌ଦ୍ୱିତୀୟ ପର୍ଯ୍ୟାୟ ଟୀକାଦାନ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଭାରତକୁ କରୋନା ମୁକ୍ତ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ଚାଲିଥିବା କୋଭିଡ୍ ଟୀକାକରଣର ଦ୍ୱିତୀୟ ପର୍ୟ୍ୟାୟ ଟୀକାଦାନ ସୁବର୍ଣ୍ଣପୁର ଜିଲ୍ଲାରେ ଆରମ୍ଭ ହୋଇଛି । ଦ୍ୱିତୀୟ ପର୍ୟ୍ୟାୟରେ ଜିଲ୍ଲାକୁ ୬୫୦ ଡୋଜ୍ ଭେକ୍ସିନ୍ ଆସିଥିବା ବେଳେ ୬୨୦ ଜଣ ପଂଜୀକୃତ କରୋନା ଯୋଦ୍ଧାଙ୍କୁ ଟୀକା ଦିଆଯିବାର ଲକ୍ଷ୍ୟ ରଖାଯାଇଛି । ଆଜି ଦ୍ବିତୀୟ ପର୍ଯ୍ୟାୟରେ ଜିଲ୍ଲାପାଳ ମନୀଷା ବାନାର୍ଜୀ, ଏଡିଏମ୍ ସୂର୍ଯ୍ୟ ନାରାୟଣ ଦାଶ, ଡିଆରଡିଏ ପିଡି ଡୋଳାମଣି ପଟେଲଙ୍କ ସହ ଜିଲ୍ଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀମାନେ ଟୀକା ନେଇଛନ୍ତି । ଫେବୃୟାରୀ ୬ ଓ ୮ ତାରିଖ ଦୁଇ ଦିନଧରି ଜିଲ୍ଲା ସଂସ୍କୃତି ଭବନ ଓ ରିଜର୍ଭ ପୋଲିସ ସମ୍ମିଳନୀ କକ୍ଷରେ ଟୀକାକରଣ ହେବାକୁ ଥିବାବେଳେ ଦିନକୁ ୩୦୦ ଜଣଙ୍କୁ ଟୀକା ଦିଆଯିବାର ବ୍ୟବସ୍ଥା ହୋଇଛି । ଜିଲ୍ଲାପାଳ ମନୀଷା ବାନାର୍ଜୀ ଆଜି ପ୍ରଥମେ କୋଭିଡ୍ ଟୀକା ନେଇଥିବା ବେଳେ ଟୀକାର କୌଣସି ପାର୍ଶ୍ବ ପ୍ରତିକ୍ରିୟା ନଥିବାରୁ ସମସ୍ତେ ନିଶ୍ଚିନ୍ତରେ କରୋନା ଟୀକା ନେବାକୁ ଆହ୍ବାନ ଦେଇଛନ୍ତି ।

Leave A Reply

Your email address will not be published.