p purohi

ମାୟାବର୍ହା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ

dr. purohit

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ମାୟାବର୍ହା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ପ୍ରଧାନ ଶିକ୍ଷୟିତ୍ରୀ ମୌନାବତୀ ଜାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବଡ଼କର୍ଲେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ କ୍ରୀଡା ଶିକ୍ଷକ ସାରଥୀ ଥପା ଯୋଗଦେଇ କ୍ରୀଡାର ବିକାଶ ବିନା ଶିକ୍ଷାର୍ଥୀର ସର୍ବାଙ୍ଗୀନ ବିକାଶ କଳ୍ପନା କରାଯାଇ ନପାରେ ତେଣୁ ପାଠ ସହିତ କ୍ରୀଡା କ୍ଷେତ୍ରରେ ମଧ୍ୟ ଛାତ୍ରଛାତ୍ରୀମାନେ ଆଗକୁ ବଢିବାକୁ ପ୍ରେରଣା ଦେଇଥିଲେ । ମୁଖ୍ୟବକ୍ତା ଭାବେ ସହଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କ୍ରୀଡା ଶିକ୍ଷକ ବିଭୀଷଣ ଷାଣ୍ଢ ଯୋଗଦେଇ ବାର୍ଷିକ କ୍ରୀଡା ଉତ୍ସବର ମହତ୍ୱ ବିଷୟରେ ଆଲୋକପାତ କରିଥିଲେ । ଶାରୀରିକ ଶିକ୍ଷା ଶିକ୍ଷକ ଚୈତନ୍ୟ ବାରିକଙ୍କ ତତ୍ୱାବଧାନରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦୌଡ଼, ଉଚ୍ଚ ଡିଆଁ, ଲମ୍ବ ଡିଆଁ, ଗୋଳାଫିଙ୍ଗା, ଡ଼ିସକସ ଥ୍ରୋ, ପୁଚି, ଦୌଡ଼ି ଟଣା, ମ୍ୟୁଜିକ ଚେୟାର ପରି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଶିକ୍ଷକ ବିନୋଦ ବେହେରା, ସଦାନନ୍ଦ ପଧାନ, ଦୟାସାଗର ପଧାନ, ସୁଶୀଲ କୁମାର ଭୋଇ, ଅବିନାଶ ମହାପାତ୍ର, ଶିକ୍ଷୟିତ୍ରୀ ତୋଷମତି ଭୋଇ, ରାଜଲକ୍ଷ୍ମୀନାଥ ସହାଦେଓ, ଲକି ସାହୁ, ତୃପ୍ତିମୟୀ ପୂଜାରୀ, ଚନ୍ଦ୍ରମା ମହାପାତ୍ର, ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଓ ସମସ୍ତ ପିତାମାତା ଅବିଭାବକ ସହଯୋଗ କରିଥିଲେ ।

nrusinghnath
Leave A Reply

Your email address will not be published.