ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜାତୀୟ ବାଳିକା ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ସମସ୍ତ ଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ନାରୀ ଶିକ୍ଷା ପାଇଁ ନଗର ପରିକ୍ରମା କରିଥିଲେ ଏବଂ ଛାତ୍ରୀମାନେ ପଥପ୍ରାନ୍ତ ନାଟକ ପରିବେଷଣ କରିଥିଲେ । ଉକ୍ତ ଅବସରରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପହଣ୍ଡି ବିଜୟ ମେହେର ସଭାପତିତ୍ୱ କରିଥିଲାବେଳେ ପଦ୍ମପୁର ଏସ୍. ଡି. ଜେ.ଏମ୍ ଶ୍ରୀମତୀ ଧୃବୀ ସୋଲଙ୍କି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ସମାଜସେବୀ ନିରୋଜ ଦୋରା ଏବଂ ଅବସର ପ୍ରାପ୍ତ ଶିକ୍ଷକ ବୃନ୍ଦାବନ ଦାଶ ଯୋଗ ଦେଇଥିଲେ । ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ବାଳିକା ଦିବସ ଉପଲକ୍ଷେ ଅନୁଷ୍ଠିତ ପ୍ରତିଯୋଗିତା ଗୁଡିକରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ରବିନା ପଧାନ ସଭା ପରିଚାଳନା କରିଥିଲେ ଏବଂ ପୂଜା ରାଣୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ମନୀଷା ଭୋଇ, ବୃନ୍ଦାବତୀ ସାହୁ, ଅମନ୍ କୁମାର ପଣ୍ଡା, ଜ୍ୟୋତି ରେଖା ମହାନନ୍ଦ, ପ୍ରଭାତୀ ପଟ୍ଟନାୟକ, ମମତା ମିଶ୍ର, ନିଳୀମା ରାଣୀ ମହାନ୍ତି, ସୁଷମା ଦାଶ, ଦୁଷ୍ମନ୍ତ ଛତର, କମଳା କୁମ୍ଭାର, ପ୍ରଭାସିନୀ ସାହୁ ସହଯୋଗ କରିଥିଲେ ।
Next Post