ମୋହନଗିରି ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ସୁନ୍ଦରଗଡ ବିଜୟ

ମ.ରାମପୁର, (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ ମୋହନଗୀରି ଠାରେ ଚାଲିଥିବା ୨୧ ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଧବଳେଶ୍ୱର କପ୍‌ ର ପ୍ରଥମ ସେମି ଫାଇନାଲ ମ୍ୟାଚ ସୁନ୍ଦରଗଡ଼ ଏଵଂ କନ୍ଧମାଳ ଜିଲ୍ଲା ବାଲିଗୁଡା ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଏହି ପ୍ରଥମ ସେମି ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ସମାଜ ସେବୀ ରଘୁନାଥ ତାଣ୍ଡି, ସମ୍ମାନିତ ଅତିଥି କନିଷ୍ଠ ଯନ୍ତ୍ରି. ପି.ଡବ୍ଲୁ.ଡି ବେଦବ୍ୟାସ ଭୋଇ ଏବଂ ତୀର୍ଥ ଆଚାର୍ଯ୍ୟ ଥିବାବେଳେ, ଅନୁଷ୍ଠାନର ସଭାପତି ସୂର୍ଯ୍ୟ ନାରାୟଣ ସାହୁ, ଉପସଭାପତି ସୁଦାମ ସେଠ୍, ସମ୍ପାଦକ ଦିବାକର ସାହୁ, ସୁନିଲ କୁମାର ଭୋଇଙ୍କ ନେତୃତ୍ୱରେ ଖେଳ ଆରମ୍ଭ ହୋଇଥିଲା । ଏହି ମ୍ୟାଚରେ ବାଲିଗୁଡା ଦଳ ଟସ୍ ଜିଣି ବୋଲିଂର ନିଷ୍ପତ୍ତି ନେଇଥିଲା, ସୁନ୍ଦରଗଡ ପ୍ରଥମେ ବ୍ୟାଟିଂ କରି ୧୫ ଓଭରରେ ୬ ୱିକେଟ୍ ହରାଇ ୨୦୨ ରନ୍ ସଂଗ୍ରହ କରିଥିବା ବେଳେ ବାଲିଗୁଡା ଦଳ ଏହି ରନ୍ କୁ ଚେଜ୍ କରିବାକୁ ଯାଇ ୯ ୱିକେଟରେ ହରାଇ ୧୬୧ ରନ୍ ସଂଗ୍ରହ କରି ୪୧ ରନ୍ କରିଥିଲେ, ସୁନ୍ଦରଗଡ ଦଳ ବିଜୟ ହାସଲ କରି ଫାଇନାଲରେ ପ୍ରବେଶ କରିଛି । ମ୍ୟାଚ୍ ରେ ସୁନ୍ଦରଗଡ ଦଳର ନାଗ କପୂରଥାଲା ବ୍ୟାଟିଂ କରି ୩୬ ବଲ୍ ରେ ୭୯ ରନ୍ ସଂଗ୍ରହ କରି ଏବଂ ବୋଲିଂରେ ୨ ଓଭର୍ ରେ ୨୧ ରନ୍ ଦେଇ ୧ ୱିକେଟ୍ ଅକ୍ତିଆର କରି ମ୍ୟାନ ଅଫ୍ ଦି ମ୍ୟାଚ୍ ଘୋଷିତ ହୋଇଥିଲେ । ଏହି ମ୍ୟାଚ୍ ରେ ଶଶିକାନ୍ତ ମାଝୀ ଏବଂ ସ୍ଵପ୍ନେଶ୍ୱର୍ କର୍ମୀ ଧାରା ବିବରଣୀ ପ୍ରଦାନ କରିଥିବା ବେଳେ ଟୁକୁ ମହାନନ୍ଦ ସ୍କୋରର ଦାୟିତ୍ଵ ତୁଲାଇଥିଲେ । ସତ୍ୟମ୍ ହୋତା ଏଵଂ ସନ୍ତୋଷ ପାତ୍ର ଖେଳ ପରିଚାଳନା କରିଥିଲେ, ମ୍ୟାଚ୍ ଲାଇଭ ଟେଲି କାଷ୍ଟ ସୁରଥ ଦାସ ୟୁ ଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ଉପଲବ୍ଧ କରାଯାଉଛି ବୋଲି ଆୟୋଜକ କମିଟି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.