ବଲାଙ୍ଗିର, (ଦେବାଶିଷ ମିଶ୍ର) : ବରିଷ୍ଠ ସାମ୍ବାଦିକ ରାମକୁମାର ଆଗ୍ରୱାଲଙ୍କ ୭୯ ବର୍ଷ ବୟସରେ ପରଲୋକ ଘଟିଛି । ଦୀର୍ଘ ଦିନ ହେବ ସେ ଅସୁସ୍ଥତା ଦେଇ ଗତି କରୁଥିଲେ । ଶୁକ୍ରବାର ଅପରାହ୍ନ ୪. ୩୦ ସମୟରେ ତାଙ୍କର ଦେହାନ୍ତ ଘଟିଥିଲା । ଶେଷ ସମୟରେ ପତ୍ନୀ ସନ୍ତୋଷ, ବହୁ ନୈନା, ନାତି ଓଁମ୍ଙ୍କ ସମେତ ପରିବାର ବର୍ଗ ଉପସ୍ଥିତ ଥିଲେ । କିଛିବର୍ଷ ତଳେ ତାଙ୍କର ବଡ ପୁଅଙ୍କ ସଂଗୀତଙ୍କ ଦେହାନ୍ତ ଘଟିଥିଲା । ସାନ ପୁଅ ସଂଜୀବ ଚେନ୍ନାଇରେ ଡାକ୍ତରୀ କରୁଥିବା ବେଳେ ଶନିବାର ବଲାଙ୍ଗିର ଘରକୁ ଫେରିବା ପରେ ଅନ୍ତେଷ୍ଟି କରାଯିବ ନେଇ ପରିବାର ବର୍ଗ ସୂଚନା ଦେଇଛନ୍ତି । ଦେହାନ୍ତ ଖବର ପ୍ରସାରିତ ହେବେ ପରେ ତାଙ୍କର ଶେଷ ଦର୍ଶନ ପାଇଁ କଂସାରୀ ପଡା ବାସ ଭବନରେ ଭିଡ଼ ଜମିଛି । ସ୍ୱର୍ଗତ ଅଗ୍ରୱାଲଙ୍କ ଦୈନିକ ଖବର କାଗଜ ପ୍ରଜାତନ୍ତ୍ରରୁ ସାମ୍ବାଦିକତା ଆରମ୍ଭ କରିଥିବା ବେଳେ, ଗଣମାଧ୍ୟମ ସଂସ୍ଥା ପିଟିଆଇ ଓ ଅଲ ଇଣ୍ଣ୍ଡିଆ ରେଡ଼ିଓ ପାଇଁ କାମ କରିଥିଲେ । ତା’ଛଡ଼ା ସେ ଏନ୍ୟୁଜେର ଜିଲ୍ଲା ସଭାପତି ରହି ସାମ୍ବାଦିକଙ୍କ ସ୍ୱାର୍ଥ ପାଇଁ କାମ କରିଥିଲେ ।