ବାଙ୍କେଲ ଗ୍ରାମରେ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜୟନ୍ତୀ ପାଳିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଳକ ବାଙ୍କେଲ ପଞ୍ଚାୟତ ସଦର ମହକୁମାଠାରେ ଗ୍ରାମର ବୀର ସୁରେନ୍ଦ୍ର ସାଏ କ୍ଲବ୍ ପକ୍ଷରୁ ଶୁକ୍ରବାର ସନ୍ଧ୍ୟାରେ ଦୁଇ ସ୍ଵାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ପ୍ରଥମେ ଗ୍ରାମରେ ଥିବା ବୀର ସୁରେନ୍ଦ୍ର ସାଏ ଓ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରି ଓ କ୍ୟାଣ୍ଡେଲ ଜଳାଇ ଜୟନ୍ତୀ ଉତ୍ସବ ପାଳନ କରାଯାଇଥିଲା । ପରେ ପରେ ଏକ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କ୍ଲବର ସଭାପତି ନୀଳମାଧବ ଜାନୀ, ସଂପାଦକ ଜୁଗଳ ପୁଟେଲ, ପୂର୍ଣ୍ଣଚନ୍ଦ୍ର ପୁଟେଲଙ୍କ ସମେତ କ୍ଲବର ସମସ୍ତ ସଭ୍ୟ, ଯୁବଗୋଷ୍ଠୀ ଓ ବାଙ୍କେଲ ଗ୍ରାମବାସୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.