ହେପି ପାଇକମାଲ ଅନୁଷ୍ଠାନର କାର୍ଯ୍ୟାଳୟ ଉଦଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ଠାରେ ହେପି ପାଇକମାଲ ଅନୁଷ୍ଠାନର ନୂତନ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି । ପାଇକମାଲର ଉନ୍ନତି ପାଇଁ ପାଇକମାଲ ଅଞ୍ଚଳର ଅସୁବିଧାକୁ ସୁବିଧା କରିବା ପାଇଁ ବିଭିନ୍ନ ଦିଗରେ ପାଇକମାଲକୁ ଶୀର୍ଷରେ ପହଞ୍ଚାଇବା ପାଇଁ ୨୦୨୩ ମସିହାରେ ଗଢି ଉଠିଥିଲା ହେପି ପାଇକମାଲ ଅନୁଷ୍ଠାନ । ପରବତ୍‌ର୍ତ୍ତୀ ସମୟ ୨୦୨୫ରେ ଏହି ଅନୁଷ୍ଠାନ ଏକ ଟ୍ରଷ୍ଟ ଭାବେ ସରକାରଙ୍କ ଦ୍ଵାରା ପଞ୍ଜିକରଣ ହୋଇଥିଲା । ଏହି ଅନୁଷ୍ଠାନ ବିଭିନ୍ନ ସମୟରେ ସମାଜସେବା, ରକ୍ତଦାନ ଶିବିର, ମାଗଣା ସ୍ୱାସ୍ଥ୍ୟ ଶିବିର, ସ୍ୱଚ୍ଛ ଭାରତ ଅଭିଯାନ ଏହାସହ ବିଭିନ୍ନ ସମୟରେ ପାଇକମାଲର ଅସୁବିଧାକୁ ନେଇ ସ୍ୱର ଉଠେଇ ଆସିଛି । ଏହା ବ୍ୟତୀତ ହେପି ପାଇକମାଲ ୱେବସାଇଟକୁ ଯାଇ ପାଇକମାଲ ଅଞ୍ଚଳରେ ରକ୍ତଦାତା, ଡାକ୍ତର, ବିଦ୍ୟୁତ୍ କର୍ମଚାରୀ, ଘରକାମ ମିସ୍ତ୍ରୀ ଓ ବଢେଇ ପ୍ରମୁଖ ସେବା ଲୋକେ ପାଇପାରିବେ । ଆଜିର ଉଦଘାଟନୀ ଉତ୍ସବରେ ପୂଜାପାଠ କରାଯିବା ପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଅତିଥି ଭାବେ ଅବସରପ୍ରାପ୍ତ ସୈନିକ ଲକ୍ଷ୍ମୀକାନ୍ତ ପ୍ରଧାନ, ପ୍ରୀୟକାନ୍ତ ପ୍ରଧାନ, ସୁବାସ ମେହେର, ଦୀପା ବାରିକ ଓ ରାହୁଲ ବୁଡେକ ପ୍ରମୁଖ ମଞ୍ଚାସୀନ ଥିବା ବେଳେ ଅନୁଷ୍ଠାନର ସଭାପତି ଯୋଗେଶ ଅଗ୍ରୱାଲ ସଭାପତିତ୍ୱ କରିଥିଲେ । ଆଗକୁ କିଭଳି ଓ କ’ଣ କଲେ ପାଇକମାଲ ଅଞ୍ଚଳର ଆହୁରି ଉନ୍ନତି ହେଇପାରିବ ଏବଂ ପାଇକମାଲ ଅଞ୍ଚଳର ବିଭିନ୍ନ ସମୟ ଉପରେ ଆଲୋଚନା କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମରେ ତ୍ରିବିକ୍ରମ ସାହୁ, ପୁରନ୍ଦର ପ୍ରଧାନ, ବବି ନାୟକ, ରୁଦ୍ଧାନନ୍ଦ ସାହୁ, ରୋଶନ୍ ପାଣିଗ୍ରାହୀ ଓ ଲିପ୍ସା ପୁରୋହିତ ପ୍ରମୁଖ ସହଯୋଗ କରିଥିଲେ । ପରିଶେଷରେ ଅନୁଷ୍ଠାନର ସମ୍ପାଦକ କୁନ୍ଦନ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

Leave A Reply

Your email address will not be published.