ବଙ୍ଗୋମୁଣ୍ଡା ବ୍ଲକରେ ନୂତନ ବିଡ଼ିଓଙ୍କ ଯୋଗଦାନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକରେ ଏକ ବର୍ଷରୁ ଅଧିକ ଦିନ ପରେ ଜଣେ ସ୍ଥାୟୀ ଭାବରେ ନୂତନ ବିଡ଼ିଓ ଯୋଗଦାନ କରିଛନ୍ତି । ଗତ ନଭେମ୍ବର ମାସରେ ନୂତନ ବିଡ଼ିଓ ଭାବରେ ଯୋଗଦେବା ପାଇଁ ଚିଠି ହୋଇଥିଲା । ଆଜି ଗୁରୁବାର ଦିନ ବଙ୍ଗୋମୁଣ୍ଡା ବ୍ଲକରେ ନୂତନ ଭାବରେ ନିତୁଶ୍ରୀ ମେହେର ବିଡ଼ିଓ ଭାବେ ଯୋଗଦାନ କରିଛନ୍ତି । ସେ ବରଗଡ଼ ଜିଲା ପଦ୍ମପୁରରେ ଡେପୁଟି କଲେକ୍ଟର ଭାବରେ ଦାୟିତ୍ୱ ତୁଳାଉଥିଲେ । ବିଡ଼ିଓ ଭାବରେ ଯୋଗଦାନ ପରେ ଅଞ୍ଚଳର ଉନ୍ନୟନମୂଳକ କାମ ସହିତ ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ ସମାଧାନ ପାଇଁ ପଦକ୍ଷେପ ନେବେ ବୋଲି କହିଥିଲେ । ସରକାରୀ କର୍ମଚାରୀ ଲୋକଙ୍କ ପାଖକୁ ପହଁଚି ଲୋକଙ୍କ ସମସ୍ୟା ଦିଗରେ କେମିତି କାମ କରିବେ ସେନେଇ ଦୃଷ୍ଟି ଦେବି ଓ ଅଞ୍ଚଳର ବିଭିନ୍ନ ସମସ୍ୟାକୁ ପ୍ରାଥମିକତା ଦେଇ କାର୍ଯ୍ୟ କରିବି ବୋଲି କହିଛନ୍ତି । ବର୍ଷେରୁ ଅଧିକ ହେବ ସ୍ଥାୟୀ ବିଡ଼ିଓ ନ ଥିବାରୁ ଉନ୍ନୟନ ମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ବେଳେ ବିଡ଼ିଓଙ୍କ ଯୋଗଦାନ ପରେ ଠିକ କାର୍ଯ୍ୟ ହେବ ବୋଲି ଆଶା ରଖିଛନ୍ତି । ବଙ୍ଗୋମୁଣ୍ଡା ବ୍ଲକର କର୍ମଚାରୀ ମାନେ ସ୍ୱାଗତ ଜଣାଇଛନ୍ତି ।

Leave A Reply

Your email address will not be published.