ଇଏସ୍‌ଆଇସି ମେଡିକାଲ ସ୍ଥାନାନ୍ତର ଚକ୍ରାନ୍ତ ଅଭିଯୋଗ

ରାଉରକେଲା, (ସସ୍ମିତା ପ୍ରଧାନ) : ଇଏସ୍‌ଆଇସି ମେଡିକାଲ କଲେଜ ଓ ହସ୍ପିଟାଲକୁ ଭୁବନେଶ୍ୱର ଉଠାଇ ନେବାକୁ ଯୋଜନା ଚାଲିଥିବା ଅଭିଯୋଗ କରିଛି ସିଟୁ ସଂଗଠନ । ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସିଆଇଟିୟୁର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତି କହିଛନ୍ତି ଯେ, ଗୋଟିଏ ପଟେ ରାଉରକେଲାରେ ଇଏସ୍‌ଆଇସି ସୁପର୍ ସ୍ପେଶିଆଲି୍ଟି ହସ୍ପିଟାଲ୍ ଏବଂ ମେଡିକାଲ କଲେଜ୍ ପ୍ରତିଷ୍ଠା ଦାବି ହେଉଥିବା ବେଳେ ଏବେ ଏହାକୁ ଭୁବନେଶ୍ୱରକୁ ନେଇଯିବା ନିଷ୍ପତ୍ତିକୁ ବିରୋଧ କରାଯାଉଛି । ରାଉରକେଲାରେ ଏହି ହସ୍ପିଟାଲ୍ ଏବଂ କଲେଜ୍ ପ୍ରତିଷ୍ଠା ହେଲେ ସମ୍ବଲପୁର, ଝାରସୁଗୁଡ଼ା, ସୁବର୍ଣ୍ଣପୁର ଏବଂ ସୁନ୍ଦରଗଡ଼ ଜିଲ୍ଲାର ଶ୍ରମିକ କର୍ମଚାରୀମାନେ ଉପକୃତ ହେବେ । ସୁନ୍ଦରଗଡ଼ ଏକ ଖଣି ଖାଦାନ ଶ୍ରମିକ ବହୁଳ ଜିଲ୍ଲା ଏବଂ ଏହି ୪ଟି ଜିଲ୍ଲାରେ ଲକ୍ଷ ଲକ୍ଷ ଶ୍ରମିକ କର୍ମଚାରୀ, ଖଣି ଖାଦାନ, କଳ କାରଖାନାରେ କାମ କରନ୍ତି । ସେମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ରାଉରକେଲାରେ ଇଏସଆଇସି ହସ୍ପିଟାଲର ଆବଶ୍ୟକତା ରହିଛି । ଏଠାରୁ ମେଡିକାଲ ଓ ହସ୍ପିଟାଲ୍ ଭୁବନେଶ୍ୱରକୁ ଉଠାଇ ନେବା ନିଷ୍ପତ୍ତିକୁ ବିରୋଧ କରାଯିବ । ଏହା ସଙ୍ଗେ ଏଠାରେ ସୁପର୍ ସ୍ପେଶିଆଲି୍ଟି ଇଏସଆଇସି ହସ୍ପିଟାଲ୍ ଏବଂ ମେଡିକାଲ୍ କଲେଜ ପ୍ରତିଷ୍ଠା ପାଇଁ ଉଦ୍ୟମ ଜାରି ରହିବ ବୋଲି ‘ସିଟୁ‘ ପକ୍ଷରୁ କୁହାଯାଇଛି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଷ୍ଣୁ ମହାନ୍ତିଙ୍କ ସମେତ ପ୍ରମୋଦ ସାମଲ, ଜାହାଙ୍ଗୀର ଅଲ୍ଲୀ ବିମାନ ମାଇତି, ବସନ୍ତ ନାୟକ, ଶ୍ରୀମନ୍ତ ବେହେରା, ରାଜ କିଶୋର ପ୍ରଧାନ, ହୃଦୟାନନ୍ଦ ଯାଦବ, ଯଯାତି କେଶରୀ ସାହୁ, ଅଜୟ ଶର୍ମା, ଲକ୍ଷ୍ମୀଧର ନାୟକ, ପ୍ରଭାତ ମହାନ୍ତି, ବିଶ୍ଵଜିତ ମାଝୀ, ଅଜିତ୍ ଦାସ, ସୁଧାଂଶୁ ଜେନା, ସରୋଜ ବାର୍ଲା ପ୍ରମୁଖ ନେତୃତ୍ୱଙ୍କ ସହିତ ବହୁ ଇଏସ୍‌ଆଇ ବୀମାଭୁକ୍ତ ଶ୍ରମିକ ନେତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.