- ଘୁଷୁରାମୁଣ୍ଡା ସହିଦ୍ କ୍ଲବକୁ ହରାଇ ସିଆଲଝୁଡଙ୍ଗି ଫାଇନାଲରେ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡିଘାଟ ପଞ୍ଚାୟତ ଘୁଷୁରାମୁଣ୍ଡା ନେହେରୁ ସ୍ପୋଟିଂ କ୍ଲବ ଆନୁକୂଲ୍ୟରେ ଚାଲିଥିବା ଫୁଟବଲ ଟୁର୍ଣ୍ଣାମେଣ୍ଟର ବୁଧବାର ସେମିଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା । ସେମିଫାଇନାଲ ଖେଳରେ ଯୁବ ସମାଜସେବୀ ତଥା ଗୁଡିଘାଟ ସରପଞ୍ଚଙ୍କ ପ୍ରତିନିଧି ଗିରିଧାରୀ ମହାନନ୍ଦ ମୁଖ୍ୟ ଅତିଥି, ବାନ୍ଦୁପଲା ସରପଞ୍ଚ ପ୍ରିୟବ୍ରତ ପ୍ରଧାନୀ, ଓଷ୍ଟା ଜିଲ୍ଲା ସଭାପତି ପ୍ରଦୀପ ପୁଟେଲ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ହୋଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ସହିଦ୍ କ୍ଲବ ଘୁଷୁରାମୁଣ୍ଡାକୁ ୪-୦ ଗୋଲରେ ହରାଇ ସିଆଲଝୁଡଙ୍ଗି ଦଳ ଫାଇନାଲ ଖେଳିବା ପାଇଁ ଯୋଗ୍ୟ ବିବେଚିତ ହୋଇଛି । ରେଫରି ଭାବେ ଗଣେଶ ଭୋଇ, ଲାଇନମ୍ୟାନ ହଂସୁ ପରାଭୁଏ ଓ ସେବା ସାହୁ ଖେଳ ପରିଚାଳନା କରିଥିଲେ । ରାକେଶ ପୃଷ୍ଟି ଧାରା ବିବରଣୀ ପ୍ରଦାନ କରିଥିଲେ । ଆୟୋଜକ କମିଟିର ସଭାପତି ମାମରାଜ ବାଗ, କ୍ୟାପଟେନ ସରୋଜ ଖମାରୀ, କମିଟିର ଜୟଦେବ ଭୋଇ, ଅଜୟ ଯାନୀ, ମଣ୍ଟୁ ଜାନି, ସୁଶିଲ ବାଗ, ଦୀପ ଗହିର, ଟିଲୁ ଭୋଇ, ଜଗତ ବାଗ, ରୋହନ ସାହୁ, ରାଜେଶ ପୁଟେଲ, ଦୈତାରୀ ଭୋଇ, ହିମାଂଶୁ ସାହୁ, ମନୋଜ ବାଗ, ରାହୁଲ ଭୋଇ, ଅଜୟ ଜାନି, ବିକାଶ ଭୋଇଙ୍କ ସହ ସମସ୍ତ ସଦସ୍ୟ ସହଯୋଗ କରୁଛନ୍ତି ।