ବାଲି ବୋଝେଇ ଟ୍ରକ୍ଟର ଜବତ : ଡ୍ରାଇଭର କୋର୍ଟ ଚାଲାଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ଅନ୍ତର୍ଗତ ବୁଧବାର ବରତୁଣ୍ଡା ନିକଟରେ ଏକ ବାଲି ବୋଝେଇ ଟ୍ରାକ୍ଟର ଜବତ କରି ଡ଼୍ରାଇଭରଙ୍କୁ ଗିରଫ କରି ପାଇକମାଲ ପୁଲିସ କୋର୍ଟ ଚାଲାଣ କରିଛି । ପ୍ରାପ୍ତ ସୂଚନା ଅନୁସାରେ, ବୁଧବାର ପାଇକମାଲ ପୁଲିସ ସେହି ବାଟ ଦେଇ ପେଟ୍ରୋଲିଂ କରୁଥିବା ସମୟରେ ନିଲାଥର ନଦୀରୁ ବାଲି ବୋଝେଇ କରି ବାଲି ଆଣି ବରତୁଣ୍ଡା ପଟକୁ ନେଇ ଟ୍ରାକ୍ଟର ଯାଉଥିବା ବେଳେ ପୁଲିସ ଟ୍ରାକ୍ଟର ଜବତ କରିଥିଲା । ନିଲାଥର ଗାଁର ଡ୍ରାଇଭର ଶ୍ୟାମ ଧରୁଆ (୨୬)ଙ୍କୁ ଗିରଫ କରିଛି । ଏନେଇ ପାଇକମାଲ ଥାନାରେ କେସ ନଂ ୧୯/୨୬, ୟୁ/ଏସ ୩୦୩(୨)/୩୧୭(୨)ବିଏନଏସ/ ୫୧(ଆଇ)(ଆଇଭି) ଓଡ଼ିଶା ମାଇନର ମିନେରାଲ କନସେସନ ରୁଲରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଥାନାଧିକାରୀ କୈଳାସ ଚନ୍ଦ୍ର ପ୍ରଧାନ କହିଛନ୍ତି ।

Leave A Reply

Your email address will not be published.