csstore

ଅଚ୍ୟୁତାନନ୍ଦ ଉଚ୍ଚ ବିଦ୍ୟାଳୟ ଧନପୁର ଏବଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ମିନଗୁର ପଞ୍ଚାୟତ ଅନ୍ତର୍ଗତ ଧନପୁର ଅଚ୍ୟୁତାନନ୍ଦ ଉଚ୍ଚ ବିଦ୍ୟାଳୟ ପରିସରରେ ଧନପୁର ଅଚ୍ୟୁତାନନ୍ଦ ଉଚ୍ଚ ବିଦ୍ୟାଳୟ ଏବଂ ମିନଗୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମିଳିତ ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଥିଲା । ଉତ୍ସବର ପ୍ରଥମ ଅଧିବେଶନରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରିୟରଞ୍ଜନ ମାଝୀ ସଭାପତିତ୍ୱ କରିଥିବା ବେଳେ ଗୋଷ୍ଠୀ ଶିକ୍ଷା ଅଧିକାରୀ ମଧୁସ୍ମିତା ନାଏକ ମୁଖ୍ୟ ଅତିଥି, ଜିଲ୍ଲା ପରିଷଦ ସଭ୍ୟା ଦୁହିତା ମାଝୀ, ନିବେଦିତା ହଂସ ସମ୍ମାନିତ ଅତିଥି ହାଇସ୍କୁଲ ପ୍ରଧାନ ଶିକ୍ଷକ ପ୍ରଭାକର ଲହଜଲ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଜିତେନ୍ଦ୍ର ପ୍ରସାଦ ନାଏକ ମଞ୍ଚାସୀନ ରହିଥିଲେ । ଶିକ୍ଷକ ବ୍ରଜ କିଶୋର ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ଶିକ୍ଷକ ସୂର୍ଯ୍ୟ ନାରାୟଣ ଖାଡ଼ଙ୍ଗା ସ୍ୱାଗତ ଅଭିଭାଷଣ । ଶିକ୍ଷକ ଅନିଲ କୁମାର ମାଝୀ ମଞ୍ଚ ପରିଚାଳନା କରିଥିଲେ । ଶିକ୍ଷକ ଅଶୋକ କୁମାର ଦୋରା ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ଵିତୀୟ ଅଧିବେଶନ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀ ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାରୋହରେ ଅଧ୍ୟାପକ ପରମେଶ୍ୱର ମୁଣ୍ଡ ମୁଖ୍ୟବକ୍ତା, ମିନଗୁର ସରପଞ୍ଚ ନିହାରିକା ବେହେରା, ପଣ୍ଡିଗାଁ ସରପଞ୍ଚ କବିତା ଜେନ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ହୋଇଥିଲେ । ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଭାକର ଲହଜଲ ସ୍ୱାଗତ ଅଭିଭାଷଣ ରଖିଥିଲେ । ଉଚ୍ଚ ପ୍ରାଥମିକ ସ୍କୁଲ ପ୍ରଧାନ ଶିକ୍ଷକ ଶ୍ରୀ ନାଏକ ବିବରଣୀ ପଠନ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସୁନ୍ଦର ଭାବେ ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରିଥିଲେ । ପୂର୍ବ ପ୍ରତିଯୋଗିତା ଗୁଡିକରେ କୃତି ଛାତ୍ରଛାତ୍ରୀଙ୍କୁ ମଞ୍ଚାସୀନ ଅତିଥିଙ୍କ ସମେତ ସ୍ୱତନ୍ତ୍ର ଅତିଥି ସମାଜସେବୀ ସୁଶୀଲ ଜୈନ ଏବଂ ସାମ୍ବାଦିକ ଚକ୍ରଧର ନାଏକ ପୁରସ୍କାର ବିତରଣ କରିଥିଲେ । ଶିକ୍ଷକ ରୁଦ୍ରାକ୍ଷ ନିଆଲ ପୁରସ୍କାର ତାଲିକା ପଠନ କରିଥିଲେ । ଶେଷରେ ବିଜ୍ଞାନ ଶିକ୍ଷକ ଶ୍ରୀ ଖାଡ଼ଙ୍ଗା ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଏବଂ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.