csstore

ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକ ବସ୍ତିଙ୍ଗିଆ ସରକାରୀ ଏସଏସଡ଼ି ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷକ ରବିନାରାୟଣ ମହାନ୍ତିଙ୍କ ସଭାତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଚକାପାଦ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବୈନେତ୍ରୀ କହଁର ଯୋଗ ଦେଇଥିବା ବେଳେ, ମୁଖ୍ୟବକ୍ତା ଭାବେ ଟିକାବାଲି କଲେଜ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ଯୋଗଦେଇ ସଂସ୍କାର, ସଂସ୍କୃତି ଓ ଶୃଙ୍ଖଳା ରହିଲେ ପ୍ରତ୍ୟେକ ଛାତ୍ର, ଛାତ୍ରୀ ସଫଳ ମଣିଷ ଟିଏ ହୋଇପାରିବେ ବୋଲି ବକ୍ତବ୍ୟ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ସୋମନାଥ ବେହେରା, ସରପଞ୍ଚ ଚିରଞ୍ଜୀବି କହଁର, ବ୍ଲକ ମଙ୍ଗଳ ଅଧିକାରୀ ସୁଶ୍ରୀ ଆଉସୀ ପ୍ରଧାନ, ଶିକ୍ଷା, ସ୍ୱାସ୍ଥ୍ୟର ସାଂସଦ ପ୍ରତିନିଧି ମାନସ ବେହେରା, ସମିତି ସଭ୍ୟା ଶ୍ରୀଦେବୀ କହଁର, ପ୍ରାକ୍ତନ ସରପଞ୍ଚ ପ୍ରଫୁଲ୍ଲ ଚନ୍ଦ୍ର ଦାସ, ପିଇଓ ରାଜୀବ ସ୍ୱାଇଁ, ପ୍ରମୋଦ କୁମାର ସାହୁ, ଗୋପୀନାଥ କହଁର ଯୋଗ ଦେଇଥିଲେ । ଅତିଥି ପରିଚୟ ଓ ମଞ୍ଚ ସଂଯୋଜନା ଶିକ୍ଷୟିତ୍ରୀ ମିନତି ଦେବୀ କରିଥିବାବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ । ସଫଳତା ପାଇଥିବା ଛାତ୍ରଛାତ୍ରୀଙ୍କୁ ପ୍ରମାଣପାତ୍ର ଓ ଟ୍ରଫି ଦେଇ ସମ୍ମାନିତ କରାଯାଇଥିଲା । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

jayashree
Leave A Reply

Your email address will not be published.