ସୁବର୍ଣ୍ଣପୁରରେ ଚାଞ୍ଚଲ୍ୟ : ଯୁବ କଂଗ୍ରେସ ନେତାଙ୍କ ଗୁଳିବିଦ୍ଧ ଶରୀର ଉଦ୍ଧାର

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ସହରର ବଡ଼ବଜାର ଭଗବତୀ ପ୍ଲଟ୍ ନିବାସୀ ତଥା ଜିଲ୍ଲା କଂଗ୍ରେସ କୋଷାଧ୍ୟକ୍ଷ ରାଜା ମିଶ୍ର (୪୦) ଙ୍କ ଗୁଳିବିଦ୍ଧ ଶରୀର ତାଙ୍କ ଘରୁ ଉଦ୍ଧାର ହୋଇଛି । ସୋନପୁରର ପୂର୍ବତନ ବିଧାୟକ ବିନୋଦ ପାତ୍ରଙ୍କ ଅତି ବିଶ୍ଵସ୍ତ ତଥା ଖାସ ସହଯୋଗୀ ତଥା ଜିଲ୍ଲା କଂଗ୍ରେସର କୋଷାଧ୍ୟକ୍ଷ ରାଜେଶ ମିଶ୍ର (ରାଜା) ଜଣେ କଂଗ୍ରେସର ଶୃଙ୍ଖଳିତ ସଦସ୍ୟ ଟାଣୁଆ ଯୁବ ନେତା ଭାବରେ ସହରରେ ବେଶ ଭଲଭାବରେ ଜଣାଶୁଣା ଥିଲେ । ସେ ଛାତ୍ର ସମୟରୁ କଂଗ୍ରେସ ଦଳରେ ଯୋଡ଼ିତ ଥିଲେ । ସେ ଖୁବ୍ ଶାନ୍ତ ମେଳାପି ଓ ସହରର ପ୍ରିୟ ଭାଜନ ଲୋକଥିଲେ । ଏହି ଘଟଣା ବିଳମ୍ବିତ ରାତ୍ରୀରେ ପ୍ରାୟ ୧୨ ଟା ରୁ ଗୋଟାଏ ଭିତରେ ଘଟିଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ସୁବର୍ଣ୍ଣପୁର ଡିଏସପି ରେଣୁକା ସୁନା ପୋଲିସ ଟିମ୍ ସହ ପ୍ରଥମେ ରାତ୍ର ୩.୩୦ ରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ପରେ ବଲାଙ୍ଗିରରୁ ସାଇଣ୍ଟିଫିକ ଟିମ୍ ପହଞ୍ଚି ଘଟଣାର ଛାନଭିନ୍ କରୁଛି । ପ୍ରାଥମିକ ତଦନ୍ତରୁ ଯାହା ଜଣାପଡିଛି ସେ ନିଜ ଲାଇସେନ୍ସ ପ୍ରାପ୍ତ ବନ୍ଧୁକରୁ ନିଜକୁ ମୁଣ୍ଡରେ ୨/୩ ରାଉଣ୍ଡ ଗୁଳି କରିଥିବା ପୋଲିସ ଅନୁମାନ କରୁଛି । ସକାଳୁ ସକାଳୁ ଏହି ଘଟଣା ଜଣାପଡିବା ପରେ ଘଟଣା ସ୍ଥଳରେ ପୂର୍ବତନ ବିଧାୟକ ବିନୋଦ ପାତ୍ର, ସୁଧୀର ପଣ୍ଡା, ପ୍ରିୟବ୍ରତ ସାହୁଙ୍କ ସହ କଂଗ୍ରେସ ଦଳର କର୍ମକର୍ତ୍ତା ତଥା ଜିଲ୍ଲା ବିଜେପି ଓ ବିଜେଡିର ଅନେକ ନେତୃବୃନ୍ଦ, ମାନ୍ୟଗଣ୍ୟ ବ୍ୟକ୍ତି ପହଞ୍ଚିଥିବା ବେଳେ ତାଙ୍କ ବାସଭବନ ଆଗରେ ଲୋକାରଣ୍ୟ ହୋଇପଡିଛି । ସେ ଶୃଙ୍ଖଳିତ ବ୍ୟକ୍ତିତ୍ଵର ହୋଇଥିବା ବେଳେ ଏହି ଘଟଣାକୁ ଲୋକେ ସହଜରେ ବିଶ୍ୱାସ କରି ପାରୁନଥିବା ବେଳେ ସହରରେ ଶୋକର ଛାୟା ଖେଳିଯାଇଛି । ସମ୍ବଲପୁରରୁ ସାଇଣ୍ଟିଫିକ୍ ଟିମ୍ ଆସି ଅଧିକ ତଦନ୍ତ ପରେ ପୋଷ୍ଟମର୍ଟମ କରାଯିବା ନେଇ ଡିଏସପି ରେଣୁକା ସୁନା ସୂଚନା ଦେଇଛନ୍ତି । ସେ ତାଙ୍କ ପଛରେ ତାଙ୍କର ସ୍ତ୍ରୀ ଏବଂ ତିନି ବର୍ଷର ଝିଅକୁ ଛାଡି ଚାଲି ଯାଇଛନ୍ତି ।

Leave A Reply

Your email address will not be published.