ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ଯୁବ ରେଡକ୍ରସ୍ ପକ୍ଷରୁ ବିଶ୍ୱନାଥ ପଲ୍ଲୀ ଠାରେ ଅବସ୍ଥିତ ରେଡକ୍ରସ୍ ଦୃଷ୍ଟିହୀନ ଊଚ୍ଚ ବିଦ୍ୟାଳୟରରେ ଅଧ୍ୟୟନରତ ମାନସିକ ଅନଗ୍ରସର ଛାତ୍ରଛାତ୍ରୀ ମାନଙ୍କୁ ବିସ୍କୁଟ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂଯୋଜକ ଡ. ବିଭୂତି ଭୂଷଣ ଆଚାର୍ଯ୍ୟ, କାଊନସେଲର ମାନସ ରଂଜନ ପ୍ରଧାନଙ୍କ ସମେତ ସମସ୍ତ ସ୍ୱେଚ୍ଛାସେବୀ ମାନେ ଅଂଶ ଗ୍ରହଣ କରିଥିଲେ ।