ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ଓ ପ୍ରତିଷ୍ଠାନ ଠାରେ ଜିଲ୍ଲାସ୍ତରୀୟ ପାଠଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ସ୍ଥିତ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ଓ ପ୍ରତିଷ୍ଠାନ ଠାରେ ଜିଲ୍ଲାସ୍ତରୀୟ ପାଠଚକ୍ର ଆଧାରିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବହୁଭାଷୀ ଶିକ୍ଷଣ ଏବଂ ଦୃଢ ମନୋଭାବ ଓ ସହନଶୀଳତା ବିଷୟ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ଓ ପ୍ରତିଷ୍ଠାନର ଅଧ୍ୟକ୍ଷ ଶିବ ପ୍ରସାଦ ପଣ୍ଡା ଅଧ୍ୟକ୍ଷତା କରିଥିଲେ । ଏଥିସହ ଅନୁଷ୍ଠାନର ସମସ୍ତ ଶିକ୍ଷିକା- ପ୍ରଶିକ୍ଷିକା ଉପସ୍ଥିତ ଥିଲେ । ସେମାନଙ୍କ ମଧ୍ୟରେ ଶ୍ରୀମା ଶୁଭଶ୍ରୀ ଦାସ, ସୁଶ୍ରୀ ରଶ୍ମିତା ଗିରି, ସୁଶ୍ରୀ ସ୍ମୃତି ସନ୍ଧ୍ୟା, ଶୁଭଶ୍ରୀ ବେହେରା, ବାଣୀରୂପା ପ୍ରଧାନ ତାଲିମ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଜିଲ୍ଲାର ପ୍ରତ୍ୟେକ ବ୍ଲକରୁ ଦୁଇ ଜଣ ଲେଖାଏଁ ଗବେଷଣାରତ ଶିକ୍ଷକ ଶିକ୍ଷୟିତ୍ରୀଉପସ୍ଥିତ ରହି ଉଭୟ ବିଷୟରେ ଆଲୋଚନା କରିଥିଲେ । ବିଦ୍ୟାଳୟ ସ୍ତରରେ ଥିବା ବିଭିନ୍ନ ସମସ୍ୟା ଯାହା କିପରି ସମସ୍ତଙ୍କ ଦ୍ୱାରା ସମାଧାନ ହୋଇ ପାରିବ ଓ କେଉଁ କେଉଁ ପଦ୍ଧତି ଓ ପ୍ରକ୍ରିୟା ମାଧ୍ୟମରେ ହୋଇ ପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା । ବିଭିନ୍ନ ବ୍ଲକର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋକକ ମଧ୍ୟ ପାଠ୍ୟଚକ୍ରରେ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରେ ଅରବିନ୍ଦ ମହାପାତ୍ର, ଶୀତୁ ପ୍ରକାଶ ରଥ, ପ୍ରଭାସ ହୋତା, ସୁକାନ୍ତ କୁମାର ଦତ୍ତରାୟ, ଦିଲ୍ଲୀପ କୁମାର ପାଣିଗ୍ରାହୀ, ଶିକ୍ଷକ ଅମରେନ୍ଦ୍ର ପ୍ରଧାନ, ସତ୍ୟନାରାୟଣ ତ୍ରିପାଠୀ, ସୁଧାଂଶୁ ଶେଖର ମିଶ୍ରଙ୍କ ସହ ଅନେକ ଯୋଗଦେଇଥିଲେ ।

Leave A Reply

Your email address will not be published.