ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ପଟାଭାଡ଼ି ସ୍ଥିତ ଲୋକନାଥ ମନ୍ଦିର ପାଖ ଫରେଷ୍ଟ ନର୍ସରୀ ଠାରେ ସୋନପୁର କଲେଜର ପୂର୍ବତନ ଛାତ୍ର ସଂଘର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ତଥା ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସୋନପୁର ତଥା ପଡ଼ୋଶୀ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ପୁରାତନ ଛାତ୍ରମାନେ ଯୋଗଦେଇଥିଲେ । ଏହି ଅବସରରେ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ତଥା ଦୀର୍ଘବର୍ଷ ଧରି ଅବହେଳିତ ହୋଇ ପଡ଼ିଥିବା ସୋନପୁର କଲେଜକୁ ସରକାରୀ ମାନ୍ୟତା ଦାବି ନେଇ ଏହି ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ସଂଘର ସମ୍ପାଦକ ଭାରତ ଭୂଷଣ ଦାଶଙ୍କ ଆବାହକତ୍ୱରେ ଏବଂ ସୁଦାମ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ସରକାରୀ ମାନ୍ୟତା ଦାବି ସଙ୍ଗେ ସଙ୍ଗେ କଲେଜର ବିଭିନ୍ନ ସମସ୍ୟା ବିଷୟରେ ସହର ତଥା ବିଭିନ୍ନ ପ୍ରାନ୍ତରୁ ଆସିଥିବା ସମସ୍ତ ସଭ୍ୟ ନିଜ ନିଜର ମତାମତ ରଖିଥିଲେ । ନିର୍ଦ୍ଧିଷ୍ଟ ସମୟ ସୀମା ଭିତରେ ରାଜ୍ୟ ସରକାର ଯଦି ଉକ୍ତ କଲେଜର ସମସ୍ତ ଦାବି ଉପରେ ଗୁରୁତ୍ୱ ପ୍ରଦାନ ନ କରିବେ ତାହେଲେ ଆଗକୁ ଆନ୍ଦୋଳନ ଜୋରଦାର କରିବାକୁ ବିଭିନ୍ନ ଛାତ୍ର ନେତା ରଣ ହୁଙ୍କାର ଦେଇଥିବା ଜଣାପଡ଼ିଛି । ଏହି ବୈଠକରେ ବରିଷ୍ଠ ସଦସ୍ୟ ଶ୍ରୀଧର ବାଘ, ପ୍ରବୀଣ ତ୍ରିପାଠୀ, ପଠାଣ କୁମାର ପଣ୍ଡା, ଗତିକୃଷ୍ଣ ମିଶ୍ର, ଗୋପାଳ ବରାଇ, ରାମକୃଷ୍ଣ ଦାସ, ଶୁଭ୍ରାଂଶୁ ଶେଖର ମିଶ୍ର, ଶ୍ୟାମ ଓମ୍ ପ୍ରସାଦ ମିଶ୍ର, ଦୁର୍ଯ୍ୟୋଧନ ସାହୁ, ମନୋରଞ୍ଜନ ତ୍ରିପାଠୀ, ବିଶ୍ଵ ରଞ୍ଜନ ପୁଝାରୀ, ରାଜ କିଶୋର ତ୍ରିପାଠୀ, ଲବ ସାହୁ, ଶେଷ ନାରାୟଣ ବହିଦାର, ସୁଧିର ପଣ୍ଡା, ଶାଶ୍ଵତ ମିଶ୍ର, ସରୋଜ ପଧାନ, ପ୍ରଫୁଲ୍ଲ ନାଏକ, ମହାଦେବ ମଲ୍ଲିକ, ଉମେଶ କୁମ୍ଭାର, ଧର୍ମେନ୍ଦ୍ର ଥନାପତି, ଜ୍ୟୋତିର୍ମୟ ପାଣିଗ୍ରାହୀ ପ୍ରମୁଖ ୭୦ ରୁ ଅଧିକ ଛାତ୍ର ଯୋଗଦେଇଥିଲେ ।