ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଅନ୍ତର୍ଗତ ଉପରଝର ଗ୍ରାମ ପଞ୍ଚାୟତର ଫଟାମୁଣ୍ଡା ଗାଁର ଜୟ ଜଗନ୍ନାଥ ଫୁଟବଲ କ୍ଲବ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିବା ପାଞ୍ଚ ଦିନ ଧରି ଚାଲିଥିବା ବାରତମ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ଫାଇନାଲ ଦିନ ଥିଲା । ଫାଇନାଲ୍ ମ୍ୟାଚ୍ ମାଙ୍କଡଚୁଆଁ VS ବୁଦେଲଗୁମା ମଧ୍ୟରେ ଥିଲା ମାଙ୍କଡଚୁଆ ଦଳ ପ୍ଲାନ୍ଟିକରେ ୫-୪ ଗୋଲରେ ଚାମ୍ପିଅନ୍ ହୋଇଥିଲା ଏବଂ ଅତିଥି ଭାବେ ଆମ୍ ଆଦମୀ ପାର୍ଟି ଜିଲ୍ଲା ଆବାହକ ତଥା ଆପ ଓଡିଶା ପ୍ରବକ୍ତା ଆଶିଷ ପାଣ୍ଡେ ଏବଂ ଦେଓଗାଁ ବ୍ଲକ ଅଧ୍ୟକ୍ଷା ରିନା ମେହେର୍ ଉଭୟ ପୁରସ୍କାର ବିତରଣ କରିଥିଲେ ଏବଂ ଖେଳାଡି ମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ଖେଳ ପରିଚାଳନାରେ ସଞ୍ଜିତ୍ ପଟେଲ୍, ବନମାଳୀ ବାଙ୍କ, ସତ୍ୟଜିତ ପଟେଲ୍ ନିରପେକ୍ଷ ଭାବରେ ଖେଳ ପରିଚାଳନା କରିଥିଲେ ଏବଂ ଟୁର୍ଣ୍ଣାମେଣ୍ଟରେ ପାଞ୍ଚ ଦିନଧରି ଗାଁର ଜୟ ଜଗନ୍ନାଥ ଫୁଟବଲ କ୍ଲବର ମୁନା, କୁନା, ପ୍ରଦୀପ, ସୂରଜ, ଶ୍ରୀପତି ବାଗ, ମହେନ୍ଦ୍ର, ବଳଦେବ, ଶ୍ରୀକାନ୍ତ, ଜିତେନ୍ଦ୍ର ତରିଅକ୍ଷ, ଗହଣ, ରାମେଶ୍, ହେମନ୍ତ୍ ସେଠ୍, ଶିଳ ମନଦୁଲୁ, ଶ୍ୟାମ ଚିରଗନ, ଜିତୁ, ପ୍ରକାଶ, ସୁନୀଲ, ଶ୍ୟାମ ତରୀଆ, ରାମ ଆଦି ସହଯୋଗ କରିଛନ୍ତି ।

Leave A Reply

Your email address will not be published.