ଆରମ୍ଭ ହେଲା ୨୩ ତମ ବଲାଙ୍ଗିର ଲୋକ ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୨୩ ତମ ବଲାଙ୍ଗିର ଲୋକ ଉତ୍ସବ ପାଇଁ ଆଜି ବଲାଙ୍ଗିର କୋଶଳ କଳା ମଣ୍ଡଳର ମୁଖ୍ୟ ମଂଚରେ ମଂଚ ପୂଜା ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାର ଗୌରବମୟ ଐତିହ୍ୟ, ପରମ୍ପରା, କଳା ଓ ସଂସ୍କୃତିର ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ଆଜି ଠାରୁ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ପାଂଚ ଦିନ ବ୍ୟାପୀ ତ୍ରୟୋବିଂଶତମ ବଲାଙ୍ଗିର ଲୋକ ଉତ୍ସବ, ରାଜ୍ୟସ୍ତରୀୟ ପଲ୍ଲିଶ୍ରୀ ମେଳା, ସ୍ୱଦେଶୀ ମେଳା ଓ ସୁଭଦ୍ରା ଶକ୍ତି ମେଳା ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ପାଳିତ ହେବ । ଏହି ଉତ୍ସବରେ ଲୋକନୃତ୍ୟ, ଲୋକବାଦ୍ୟ, ଲୋକସଂଗୀତ, ଲୋକନାଟକ ତଥା ଜିଲ୍ଲା, ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା କଳାକୃତି ପ୍ରଦର୍ଶନୀ, କବିତା ଆସର, ଆଲୋଚନାଚକ୍ର ଆଦି ଆୟୋଜିତ ହେବ । ତେବେ ୨୩ତମ ବଲାଙ୍ଗିର ଲୋକ ଉତ୍ସବ ପାଇଁ ଆଜି ଉତ୍ସବମୁଖର ହୋଇ ଉଠିଛି ବଲାଙ୍ଗିର ସହର ।

Leave A Reply

Your email address will not be published.