କୁଣ୍ଡାମାଲ ଠାରେ ଓବିସି ମଞ୍ଚର ‘ଗାଁକୁ ଚାଲ’ ଅଭିଯାନ : ହକ୍‌ ଓ ଅଧିକାର ସମ୍ପର୍କରେ ବିସ୍ତୃତ ଆଲୋଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇନ୍ତଲା ବ୍ଲକ୍ ଅନ୍ତର୍ଗତ କୁଣ୍ଡାମାଲ ସାପ୍ତାହିକ ବଜାର ପ୍ରଗତି କୃଷକ ଉତ୍ପାଦକ କମ୍ପାନୀ କାର୍ଯ୍ୟାଳୟରେ ଜିଲ୍ଲା ଓବିସି ମଞ୍ଚ ବଲାଙ୍ଗିର ପକ୍ଷରୁ ‘ଗାଁକୁ ଚାଲ’ ଅଭିଯାନ ଆୟୋଜିତ ହୋଇଯାଇଛି । ଓବିସି ମଞ୍ଚର ରାଜ୍ୟ ସଭାପତି ଶଙ୍କର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ସଂଯୋଜନା ଦାୟିତ୍ୱରେ ଥିଲେ ଜିଲ୍ଲା ଓବିସି ମଞ୍ଚର ସଂଯୋଜକ ସରୋଜ କୁମାର ମେଶ୍ୱା । ଏହି ଅବସରରେ ରାଜ୍ୟ କୋଷାଧ୍ୟକ୍ଷ ପ୍ରଦେଶୀ ବିଶ୍ଵାଲ, ଜିଲ୍ଲା କୋଷାଧ୍ୟକ୍ଷ ମଧୁସୂଦନ କ୍ଷେତୀ, ସୁରଥ ପଟେଲ୍‌, ଓକିଲ ଉମାକାନ୍ତ ସାହୁ ଏବଂ ଉତ୍ତମ ଖମାରୀ ପ୍ରମୁଖ ଉପସ୍ଥିତ ରହି ଓବିସି ସମ୍ପ୍ରଦାୟର ହକ୍‌ ଏବଂ ଅଧିକାର ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଅଭିଯାନର ମୂଳ ଉଦ୍ଦେଶ୍ୟ ହେଉଛି ଗ୍ରାମାଞ୍ଚଳରେ ଓବିସି ସମ୍ପ୍ରଦାୟର ସଚେତନତା ବୃଦ୍ଧି କରିବା ଏବଂ ସେମାନଙ୍କର ଅଧିକାର ସୁରକ୍ଷା ନିଶ୍ଚିତ କରିବା । ପୁଇଁନ୍ତଲା ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତର କମିଟି ସଦସ୍ୟ ଓ ସଦସ୍ୟାମାନେ ଏଥିରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଗ୍ରାମାଞ୍ଚଳ ବିକାଶ ଏବଂ ଓବିସି ସମାଜର ଉନ୍ନୟନ ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏହି ଅଭିଯାନ ଆଗାମୀ ଦିନରେ ଅଧିକ ଗ୍ରାମରେ ବ୍ୟାପିବାକୁ ଯୋଜନା ରହିଛି ବୋଲି ଆୟୋଜକମାନେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.