ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଶୀତ ଋତୁର ତୀବ୍ର ଶୀତରେ ଅସହାୟ, ଦରିଦ୍ର ଓ ଗରିବ ଶ୍ରେଣୀର ଲୋକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ରାତ୍ରି ସମୟରେ ଅସହାୟ, ଦରିଦ୍ର ଲୋକେ ବାରଣ୍ଡାରେ, କୌଣସି ସ୍ଥାନରେ ଥିବା ଭଙ୍ଗା କୋଠରୀ ମାନଙ୍କରେ, ପରିତ୍ୟକ୍ତ ସ୍ଥାନରେ ଶୀତରେ ଜୀବନ ଅତିବାହିତ କରି ଆସୁଛନ୍ତି । ସେମାନଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟର ଅଗ୍ରଣୀ ସଂଗଠନ ଡକ୍ଟର ଏ.ପି.ଜେ.ଅବଦୁଲ କଲାମ ଜନକଲ୍ୟାଣ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସହଯୋଗର ହାତ ବଢ଼ାଇବା ସବୁରି ମହଲରେ ଏକ ସାଧୁବାଦର ପାତ୍ର ହୋଇଛି । ଏହି ମହତ୍ ଉଦ୍ଦେଶ୍ୟରେ ଛତ୍ରପୁର ନିକଟସ୍ଥ ଅଗସ୍ତି ନୂଆଗାଁ ଠାରେ ଅବସ୍ଥିତ ଦି- ଡିଭାଇନ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ଏବଂ “ସମାଜ” ପତ୍ରିକା ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟର ଡକ୍ଟର ଏ.ପି.ଜେ.ଅବଦୁଲ କଲାମ ଜନକଲ୍ୟାଣ ଚାରିଟେବୁଲ ଟ୍ରଷ୍ଟ ସଂଗଠନ ର ସହଯୋଗରେ ଗରୀବ ଅସହାୟଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା ଶୀତ ପ୍ରଭାବିତ ଅଞ୍ଚଳର ଅସହାୟ ଲୋକମାନଙ୍କୁ ଅକାଳରେ ସହାୟତା ପ୍ରଦାନ କରିବା ଲକ୍ଷ୍ୟ ରଖିଛି । ସେମାନଙ୍କ ଦୁଃଖ–କଷ୍ଟ ଦୂର କରିବା ନେଇ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଖଲ୍ଲିକୋଟର ଡକ୍ଟର ଏ.ପି.ଜେ.ଅବଦୁଲ କଲାମ ଜନକଲ୍ୟାଣ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ତଥା ସଭାପତି ପୂର୍ଣ୍ଣଚନ୍ଦ୍ର ବେହେରା ନେତୃତ୍ୱ ନେଇଥିଲେ । ଯିଏ ନିଜ ଉଦ୍ବୋଧନରେ କହିଥିଲେ ଯେ, ସମାଜର ପ୍ରତ୍ୟେକ ସଚେତନ ନାଗରିକଙ୍କର କର୍ତ୍ତବ୍ୟ ହେଉଛି ଅସହାୟ ଓ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଖରେ ସହାୟତାର ହାତ ବଢ଼ାଇବା ସକାଶେ ଏହି ଜନମଙ୍ଗଳ କାର୍ଯ୍ୟ ହାତକୁ ନିଆଯାଇଛି । ଖଲ୍ଲିକୋଟ ଅଞ୍ଚଳର ଚିକିଲି ବାଉରି ସାହି, ପାଟ୍ଟଣା ସାହି, ଶିରିଡ଼ି ସାଇ ମନ୍ଦିର ନିକଟ ଓ ବାଲୁଙ୍କେଶ୍ୱର ମନ୍ଦିର ନିକଟରେ ସର୍ବମୋଟ ୬୦ ଜଣ ଅସହାୟ ଓ ଭିକ୍ଷୁକ ଲୋକଙ୍କୁ ଶୀତ ବସ୍ତ୍ର ବଣ୍ଟନ ସେବା କରାଯାଇଥିଲା । ଏହା ସହିତ ଖଲ୍ଲିକୋଟ ସ୍ଥିତ ମର୍ଦ୍ଦରାଜ ସେବାଶ୍ରମରେ ରହୁ ଥିବା ୧୧ ଜଣ ବୃଦ୍ଧ ବୃଦ୍ଧାମାନଙ୍କୁ ଶୀତ ବସ୍ତ୍ର ବଣ୍ଟନ କରିଛନ୍ତି । ଶୀତ ବସ୍ତ୍ର ପାଇ ଲୋକମାନଙ୍କ ମୁହଁରେ ଆନନ୍ଦ ଓ କୃତଜ୍ଞତାର ହସ ପ୍ରକାଶ ପାଇଥିଲା । ଏହି ପୂଣ୍ୟକାର୍ଯ୍ୟ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ପ୍ରଶଂସା ଲାଭ କରିଥିବା ସହ ସମାଜସେବା କ୍ଷେତ୍ରରେ ଏହା ଏକ ଅନୁକରଣୀୟ ଉଦାହରଣ ବୋଲି ସଚେତନ ମହଲରୁ ମତ ପ୍ରକାଶ ପାଇଛି । ଏହି ଅବସରରେ ପଞ୍ଚାନନ ସୂର (ସଂପାଦକ), ଈଂ. ପ୍ରଭାତ କୁମାର ଷଡଙ୍ଗୀ, ଅଧ୍ୟାପକ ନବୀନ କୁମାର ପ୍ରମାଣିକ, ମହାଦେବ ମଲ୍ଲିକ, ପ୍ରଭାକର ସେଠୀ, ଶକୁନ୍ତଳା ବେହେରା (ପୂର୍ବତନ କାଉନସିଲର), ସରୋଜ ବାଳା ପଟ୍ଟନାୟକ (ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ), ପ୍ରଭାତୀ କୁମାରୀ ଦାଶ (ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ), ବିଦ୍ୟୁତ୍ ପ୍ରଭା ଦାଶ (ପ୍ରଧାନ ଶିକ୍ଷୟିତ୍ରୀ), ସୁପ୍ରଭା ରାଉତ (ସମାଜସେବୀ) ଓ ଦଣ୍ଡପାଣି ବେହେରା, ରବିନ୍ଦ୍ର ବେହେରା, ସୌଦାମିନୀ ମହାରଣା ସୁଶ୍ରୀ ଲକ୍ଷ୍ମୀ ଦାସ ନର୍ମଦା ଗୌଡ଼ ପ୍ରମୁଖ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାର୍ଥକ କରିଥିଲେ । ଆଗାମୀ ଦିନରେ ଏପରି ସମାଜହିତକାରୀ କାର୍ଯ୍ୟକ୍ରମ ଆହୁରି ବ୍ୟାପକ ଭାବେ ଆୟୋଜନ କରିବାକୁ ଖଲ୍ଲିକୋଟ ଅଞ୍ଚଳବାସୀଙ୍କ ପକ୍ଷରୁ ଆଶାବ୍ୟକ୍ତ କରାଯାଇଛି ।