ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଖଇରା ପଞ୍ଚାୟତ ତେଲିପଦର ଗାଁରେ ଅସହାୟ ବୃଦ୍ଧ ବୃଦ୍ଧାମାନଙ୍କୁ ଭାରତୀୟ ହ୍ୟୁମାନ ରାଇଟ କାଉନସିଲ ପକ୍ଷରୁ କମ୍ବଳ ବଣ୍ଟନ କରାଯିବା ସହ ଓ ଜନ ସଚେତନତା କାର୍ଯ୍ୟକ୍ରମ ରାଜ୍ୟ ସଭାପତି ମହମ୍ମଦ ମୁସ୍ତଫାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ପୁରା ଭାରତ ବର୍ଷରେ ଏହିପରି ଜନହିତକର କାର୍ଯ୍ୟକରି ଆସୁଛି ଏବଂ ଏହିପରି ଆଗକୁ ମଧ୍ୟ କରି ଚାଲିଥିବା ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ଏହି କାର୍ଯ୍ୟକ୍ରମ ଅନ୍ୟମାନଙ୍କ ମଧ୍ୟରେ ସାଧାରଣ ସମ୍ପାଦକ ମହେନ୍ଦ୍ର କୁମାର ଆଚାରୀ, ବଙ୍ଗୋମୁଣ୍ଡା ବ୍ଲକ ସଭାପତି ଦିବାକର ପୁଟେଲ, ସମ୍ପାଦକ ମଣ୍ଟୁ ସରାଫ, ଉପ ସଭାପତି ଚନ୍ଦ୍ରଶେଖର ବାଗ, ବରିଷ୍ଠ ସଦସ୍ୟ କୃଷ୍ଣ ବାଗ, ମୁରିବାହାଲ ବ୍ଲକ ସଭାପତି ନରେନ୍ଦ୍ର ଆଚାରୀ, ସମ୍ପାଦକ ପ୍ରକାଶ ବଘାର, ସମାଜସେବୀ ଦୀପକ ସାହୁ ଏବଂ ଯାଦବ କଲତା ଯୋଗ ଦେଇଥିଲେ । ଏହି ପରିଷଦର ପ୍ରତିଷ୍ଠାତା ଡ. ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ନିର୍ଦ୍ଦେଶରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ନେଇ ଦେଖିବାକୁ ମିଳିଛି । ଏଥିରେ ଗାଁର ବହୁ ଶୀତରୁ ସାମାନ୍ୟ ଆଶ୍ୱସ୍ତି ମିଳି ପାରିବ ବୋଲି ବୃଦ୍ଧ ବୃଦ୍ଧାମାନଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି । ଏହି କାର୍ଯ୍ୟକୁ ଦେଖି ବିଭିନ୍ନ ମହଲରେ ପ୍ରଶଂସା କରାଯାଉଥିବା ନେଇ ଦେଖିବାକୁ ମିଳିଛି ।
Prev Post