ପାଇକମାଲରେ ରାଓ ପରିବାର ପକ୍ଷରୁ ପଙ୍ଗୋଲ ପର୍ବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଶିବ ମନ୍ଦିର ନିକଟରେ ରାଓ ପରିବାର ପକ୍ଷରୁ ପଙ୍ଗୋଲ ପର୍ବ ଗୁରୁବାର ପାଳିତ ହୋଇଯାଇଛି । ପରିବାରର ମୁଖ୍ୟ ବିଜୟ କୁମାର ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପଙ୍ଗୋଲ ପର୍ବରେ ଛୋଟମାନେ ବଡମାନଙ୍କୁ ନମସ୍କାର କରି ଆର୍ଶିବାଦ ନେଇଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା । ପାଇକମାଲ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷମାନେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ପରିଶେଷରେ କୁସୁମ ରାଓ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.