ଲୋଇସିଂହାରେ “ଧାରଣୀୟ ଜୀବନ ଶୈଳୀ” ପ୍ରଦର୍ଶନୀ ଅନୁଷ୍ଠିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ହରେକୃଷ୍ଣ ମହତାବ ଉଚ୍ଚ ବିଦ୍ୟାଳୟ ଠାରେ “ଧାରଣୀୟ ଜୀବନ ଶୈଳୀ” ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଏହାର ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ଅକ୍ଷୟ ପାଣି ଉଦୁ ଯୋଗଦେଇ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ସମ୍ମାନିତ ଅତିଥି ଭାବେ ଲୋଇସିଂହା ବ୍ଲକ ଶିକ୍ଷାଧିକାରୀ ଶ୍ୟାମସୁନ୍ଦର ମେହେର, ଏବିଇଓ ବସନ୍ତ କୁମାର ଭୋଇ, ଆୟୋଜକ ଅନୁଷ୍ଠାନର ପ୍ରଧାନଶିକ୍ଷକ ଉଦ୍ଧବ ଚରଣ ପଟେଲ, ହେମନ୍ତ ବାରିକ, ବିଷ୍ଣୁ ପ୍ରସାଦ ମିଶ୍ର, ପର୍ଶୁରାମ ସୁନା, କରୁଣାକର ପଟେଲ ପ୍ରମୁଖ ମଞ୍ଚାସିନ ଥିଲେ । ଜୟକୃଷ୍ଣ ନାଏକ, ରାଜକିଶୋର ମିଶ୍ର, ତାରାକାନ୍ତ ମିଶ୍ର ପ୍ରମୁଖ ବିଚାରକ ଦାୟିତ୍ଵ ତୁଲାଇଥିଲେ । ଏହି ପ୍ରଦର୍ଶନୀରେ ବିଭିନ୍ନ ବିଦ୍ୟାଳୟରୁ ମୋଟ ୩୮ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ତନ୍ମଧ୍ୟରୁ ଲୋଇସିଂହା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ମୋନି ସୁନା, ପଞ୍ଚାୟତ ହାଇସ୍କୁଲ ବାଦିବାହାଲ ନବମ ଶ୍ରେଣୀର ଅନ୍ୱେଷା ରାଣୀ ଭୁଏ ଏବଂ ଆଦର୍ଶ ବିଦ୍ୟାଳୟ, ଝାରମୁଣ୍ଡା ନବମ ଶ୍ରେଣୀର ସ୍ନିଗ୍ଧାରାଣୀ ଷଡ଼ଙ୍ଗୀ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ଜିଲ୍ଲା ସ୍ତରକୁ ମନୋନୀତ ହୋଇଥିବା ଜଣାଯାଇଛି ।

Leave A Reply

Your email address will not be published.