ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଓସ୍ୱାନ ହଲ ଠାରେ ଆଭାସୀ ମାଧ୍ୟମରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ୫ ଟି ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ବୌଦ୍ଧ, (କେପିଏନ୍‌ଏସ୍‌) : ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଓସୱାନ ହଲ୍ ଠାରେ ଆଭାସୀ ମାଧ୍ୟମରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ୫ ଟି ରାସ୍ତାର ଉନ୍ନତି କରଣ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି । ଭୁବନେଶ୍ୱର ଠାରେ ଆୟୋଜିତ ଉତ୍ସବରୁ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶିଳାନ୍ୟାସ କରିଥିବା ବେଳେ ରାଜ୍ୟ ପୂର୍ତ୍ତ, ଆଇନ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉପସ୍ଥିତ ଥିଲେ । ସେହିପରି ବୌଦ୍ଧ ଓସୱାନ ହଲ୍ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଣ୍ଟାମାଳ ବିଧାୟକ କହ୍ନକ୍ଷଇ ଚରଣ ଡାଙ୍ଗ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଅନ୍ୟତମ ସମ୍ମାନିତ ଅତିଥି ଭାବେ ସାଂସଦ, କନ୍ଧମାଳଙ୍କ ଜିଲ୍ଲା ପ୍ରତିନିଧି ଯୁଗଳ କିଶୋର ସାମଲ, ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ସନ୍ଦୀପ ଛୁଆଲ ସିଂ, ସହକାରୀ ନିର୍ବାହୀ ଯନ୍ତ୍ରୀ କୁନା ଚରଣ ସିଂ, ଆଞ୍ଚଳିକ ପରିବହନ ଅଧିକାରୀ ସୁଷମା ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହଙ୍କ ସମେତ ପୂର୍ତ୍ତ ବିଭାଗ, ଆଞ୍ଚଳିକ ପରିବହନ ବିଭାଗ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନୂତନ ଭାବେ ଯୋଗ ଦେଇଥିବା ଡେପୁଟି କଲେକ୍ଟର, ସହକାରୀ ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଏବଂ କର୍ମଚାରୀ ମାନେ ଉପସ୍ଥିତ ଥିଲେ । କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ରଖଲିଆପାଲି, ଲମ୍ବସରୀ, ଦପଲା, ବରଗୋଚ୍ଛା ରାସ୍ତା (୧୫.୨୦୦ କି. ମି.) ପର୍ଯ୍ୟନ୍ତ ଉନ୍ନତିକରଣର ଶିଳାନ୍ୟାସ- ପ୍ରକଳ୍ପର ମୂଲ୍ୟ ୩୪.୩୩ କୋଟି, ରେକଡୋଲ, ଫାସେଡ, ବରପଦର, କେଉଟିପାଲି ରାସ୍ତା ୬ କି. ମି. ପର୍ଯ୍ୟନ୍ତ ଉନ୍ନତିକରଣର ଶିଳାନ୍ୟାସ – ପ୍ରକଳ୍ପର ମୂଲ୍ୟ – ୯ କୋଟି, ଖଟଖଟିଆ, ବାଉଲସାହି ରାସ୍ତାର ୦ କି.ମି. ଠାରୁ ୧୮.୮୩୫ କି. ମି. ପର୍ଯ୍ୟନ୍ତ ରାସ୍ତା ଉନ୍ନତିକରଣର ଶିଳାନ୍ୟାସ – ୨୧.୯୯ କୋଟି, ବାଉଁଶୁଣୀ, ଗୁନ୍ଦୁଲିଆ ରାସ୍ତା – ୧୩.୪୮୪ କି.ମି. ଠାରୁ ୧୪.୦୫୦ କି. ମି. ରାସ୍ତା ପର୍ଯ୍ୟନ୍ତ ଉନ୍ନତିକରଣର ଶିଳାନ୍ୟାସ – ୩୯.୭୨ କୋଟି, ତିଲିକାମାଳ, ଶିମିଳିଯୋରା, ନାରାୟଣ ପ୍ରସାଦ, ଦେଢ଼େଣମାଲ ରାସ୍ତା ୦ କି. ମି. ଠାରୁ ୧୨.୩୦୦ କି. ମି. ପର୍ଯ୍ୟନ୍ତ ଉନ୍ନତିକରଣର ଶିଳାନ୍ୟାସ – ପ୍ରକଳ୍ପର ମୂଲ୍ୟ ୨୮.୮୯ କୋଟି ଏହିପରି ସର୍ବମୋଟ ୧୩୩.୯୩ କୋଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । କଣ୍ଟାମାଲ ନିର୍ବାଚନ ମଣ୍ଡଳୀର ରାସ୍ତାର ଉନ୍ନତିକରଣର ଶିଳାନ୍ୟାସ ହୋଇଥିବାରୁ କଣ୍ଟାମାଲ ବିଧାୟକ ମୁଖ୍ୟମନ୍ତ୍ରୀ ମାଝୀଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିବା ସହ ଅଂଚଳ ବାସୀ ଉପକୃତ ହୋଇପାରିବେ ବୋଲି ଅତ୍ୟନ୍ତ ଖୁସି ବ୍ୟକ୍ତ କରିଥିଲେ ।

Leave A Reply

Your email address will not be published.