ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ରେଡ୍ ରିବନ କ୍ଲବ୍ ଆନୁକୂଲ୍ୟରେ ସ୍ଵାମୀ ବିବେକାନନ୍ଦଙ୍କ ୧୬୩ ତମ ଜୟନ୍ତୀ ତଥା ବିଶ୍ୱ ଯୁବ ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମଣ ପାଲ, ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ତଥା ଏକାଉଣ୍ଟ ବର୍ସର ସରୋଜ କୁମାର ପାଠୀ ଯୋଗ ଦେଇ ସ୍ୱାମୀ ବିବେକାନନ୍ଦଙ୍କ ଫାଟା ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ପୂର୍ବକ ଦୀପ ଧୂପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରି ଦିବସର ମାହାତ୍ମ୍ୟ ଓ ବିବେକାନନ୍ଦଙ୍କ ଜୀବନାଦର୍ଶନ ଉପରେ ବ୍ୟାଖ୍ୟା କରିଥିଲେ । ରେଡରିବନ କ୍ଲବ ଓ ଯୁବ ରେଡକ୍ରସର ଜିଲ୍ଲା ସଂଯୋଜକ ଡ. ବିଭୂତି ଭୂଷଣ ଆଚାର୍ଯ୍ୟ, କାଉନସେଲର ମାନସ ରଂଜନ ପ୍ରଧାନ ଉପସ୍ଥିତ ରହି ବିବେକାନନ୍ଦଙ୍କ ବିଭିନ୍ନ ସ୍ମୁତି ଗୁଡିକୁ ଦୋହରାଇଥିଲେ । ଏଥି ନିମନ୍ତେ ଆୟୋଜିତ ବକୃତା ଓ କୁଇଜ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନେ ନିଜ ନିଜର ପ୍ରତିଭା ବକ୍ତବ୍ୟ ପ୍ରଦାନ କରି ଅତିଥି ଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ ।