ବଲାଙ୍ଗିର କରାଟେ ସ୍କୁଲର ବେଲ୍ଟ ପରୀକ୍ଷା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧି ଷ୍ଟାଡିୟମ ଠାରେ ଥିବା ବଲାଙ୍ଗିର କରାଟେ ସ୍କୁଲର ବେଲ୍ଟ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଅଲ ଇଣ୍ଡିଆ ସେଇସିନ୍‌କାଇ ଶିଟୋର‍୍ୟୁ କରାଟେ ଫେଡେରେସନ ଦ୍ୱାରା ସ୍ୱୀକୃତି ପ୍ରାପ୍ତ କରାଟେ ସ୍କୁଲର ୧୯ଜଣ କରାଟେ ପରୀକ୍ଷାର୍ଥୀ ସ୍କୁଲର ସଂପାଦକ ହୃଦୟ ଶବରଙ୍କ ତତ୍ତ୍ୱାବଧାନରେ ଶୁଭ୍ର ନୀଳ ଦଲାଇ, ରୁଦ୍ରାଶଂ ସିଂ, ଶିବାଙ୍ଗିନୀ ଗୁରୁ ଓ ଲିପୁନ ସାହୁ ୟେଲୋ ବେଲ୍ଟ । ହିତେଶ ପ୍ରିୟଦର୍ଶୀ ବେହେରା, ଅଭିନନ୍ଦନ ସ୍ୱାମୀ, ଶ୍ୟାମାରାନୀ ଖୁଆସ ଓ ଆଶିର୍ବାଦ ଦାସ ଓରେଞ୍ଜ ବେଲ୍ଟ । ଅଦ୍ୱିକ ଶତପଥୀ, ଇଭାନ ପ୍ରଧାନ, ପ୍ରତିକ୍ଷାରାଣୀ ପୁଟା, ଶ୍ରୀୟା ସାହୁ, ଚନ୍ଦନ ବାଗ, ଅଂଶୁମାନ ଧରୁଆ, ଶ୍ରୀୟାଂସି ମେହେର ଓ ଯଶୋବନ୍ତ କୁମ୍ଭାର ଗ୍ରୀନ ବେଲ୍ଟ । ଏହି ପରି ଆରଧ୍ୟା ଦିବ୍ୟାରାଣୀ ସାହୁ, କାବ୍ୟାରାଣୀ ହଂସ ଓ ଜସ୍ମିନ ସାହୁ ପରପଲ ବେଲ୍ଟ ପରୀକ୍ଷାରେ ଉତ୍ତିର୍ଣ୍ଣ ହୋଇଛନ୍ତି । ମୁଖ୍ୟ ଅତିଥି ବଲାଙ୍ଗିର କରାଟେ ସ୍କୁଲର ସଭାପତି ସଚିଦାନନ୍ଦ ବାଗ, ଅତିଥି ସ୍କୁଲର କୋଷାଧ୍ୟକ୍ଷ ରବି ବେହେରା ଓ ବଲାଙ୍ଗିର ଜିଲ୍ଲା କରାଟେ ସଂଘର ମୁଖ୍ୟ ପରାମର୍ଶଦାତା ମାନୁଏଲ ନାଗ ଉପସ୍ଥିତ ହୋଇ ପରୀକ୍ଷାର୍ଥୀଙ୍କୁ ବେଲ୍ଟ ପ୍ରଦାନ କରିଥିଲେ । କରାଟେ ପ୍ରଶିକ୍ଷକ ଚନ୍ଦ୍ରଶେଖର ସେଠ, ରେଖା ମନହିରା, ପୁରୁଷୋତ୍ତମ ବାଗ, ବିନୋଦିନୀ ଠେଲା, ଆୟୁଷ ମେହେର ଓ ଲୋକେଶ ବାଗ ପରୀକ୍ଷା କେନ୍ଦ୍ରକୁ ପରିଚାଳିତ କରିବାରେ ସହଯୋଗ କରିଥିବା ବେଳେ ଶେଷରେ ସ୍କୁଲର ସଂପାଦକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.