ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଖିଳ ଓଡିଶା ବ୍ରାହ୍ମଣ ମହାସଭା, ଭୁବନେଶ୍ୱର ଦ୍ୱାରା ଅନୁନ୍ଧିତ ଜିଲ୍ଲା ବ୍ରାହ୍ମଣ ମହାସଭାର ଗୃହିତ ପ୍ରସ୍ତାବ ଓ ନିଷ୍ପତ୍ତି ଅନୁଯାୟୀ ସଂପାଦକ ନରେନ୍ଦ୍ର କୁମାର ଆଚାର୍ଯ୍ୟ ଏବଂ ସଭାପତି ପ୍ରାଣ ବଲ୍ଲଭ ତ୍ରିପାଠୀଙ୍କ ସଂଯୋଜନା ଓ ଆହ୍ୱାନ କ୍ରମେ, ଉପଦେଷ୍ଟ ଶିବ ଶଙ୍କର ଖୁଆସ, ରାଜେନ୍ଦ୍ର ମିଶ୍ର, ସଂକୀର୍ତ୍ତନ ତ୍ରିପାଠୀ, ଜଗଦୀଶ ନାଥ, ଗିରିଶ ଚନ୍ଦ୍ର ପଣ୍ଡା, ରାକେଶ ପଣ୍ଡା, ସୁରେଶ ମିଶ୍ର, ବିଭୁ ତ୍ରିପାଠୀ ଇତ୍ୟାଦିଙ୍କ ଉପସ୍ଥିତି ଏବଂ ସହଯୋଗରେ ସହରାଂଚଳ ରାସ୍ତା କଡରେ ମନ୍ଦିର, ରେଲୱେ ଷ୍ଟେସନ, ବସଷ୍ଟେଣ୍ଡ ଇତ୍ୟାଦି ଠାରେ ଆଶ୍ରୟ ନେଉଥିବା ଅସହାୟ ଦରିଦ୍ର ଗରିବ ଭୀକାରୀମାନଙ୍କୁ ଶୀତବସ୍ତ୍ର (କମ୍ବଳ) ବ୍ରାହ୍ମଣ ମହାସଭା ତରଫରୁ ବଣ୍ଟନ କରାଯାଇଛି । ଏପରି ସାମାଜିକ କାର୍ଯ୍ୟକ୍ରମକୁ ବ୍ରାହ୍ମଣ ମହାସଭା ତଥା ସର୍ବ ସାଧାରଣଙ୍କ ତରଫରୁ ଅଭିନନ୍ଦନ ଓ ଶୁୁଭେଚ୍ଛା ଜ୍ଞାପନ କରାଯାଇଛି ।