ଭୁର୍ଷାଗୁଡା ନୂତନ ସ୍ଥାୟୀ ପଞ୍ଚାୟତ କାର୍ଯ୍ୟାଳୟ ଉଦଘାଟିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଳକ ଅନ୍ତର୍ଗତ ଭୁର୍ଷାଗୁଡା ପଞ୍ଚାୟତର ନବ ନିର୍ମିତ ସ୍ଥାୟୀ କାର୍ଯ୍ୟାଳୟ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ଗଠନର ଦୀର୍ଘ ବର୍ଷ ପରେ ପଞ୍ଚାୟତର ନୂତନ ପଞ୍ଚାୟତ କାର୍ଯ୍ୟାଳୟ ଉଦ୍ଘାଟନ ହୋଇଛି । ଘୁମୁରା ଓ ଦୁଲଦୁଲିର ତାଳେ ତାଳେ ଅତିଥିମାନଙ୍କୁ ସ୍ୱାଗତ କରାଯାଇଥିଲା । ସରପଞ୍ଚ ପୁଷ୍ପାଞ୍ଜଳି ଛୁରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରମ ଓ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ, ସମ୍ମାନୀୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ତରଣୀ ସୁନା, ବ୍ଲକ ଅଧ୍ୟକ୍ଷା ରଞ୍ଜୁବାଲା ବେହେରା, ଜିଲ୍ଲା ପଞ୍ଚାୟତ ଅଧିକାରୀ ସରୋଜ ମେହେର, ଜିଲ୍ଲା ପରିଷଦ ସଦସ୍ୟ ଦାମ ସୁନା, ଏବିଡ଼ିଓ ସୁଶାନ୍ତ ପାଣି, ସମିତି ସଭ୍ୟ ଦ୍ରୌପଦ ବାରିକ ପ୍ରମୁଖ ମଞ୍ଚାସୀନ ଥିଲେ । ଜିପିଡ଼ିଓ ପୁରୁଷୋତ୍ତମ ମାଝୀ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଅତିଥି ମାନଙ୍କୁ ଏକ ଶୋଭାଯାତ୍ରାରେ ଶତାଧିକ ଲୋକ ଗାଁ ମୁଣ୍ଡରୁ ସ୍ୱାଗତ କରି ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆଣିଥିଲେ । ପଞ୍ଚାୟତର ନୂତନ କୋଠାକୁ ଉଦ୍ଘାଟନ କରାଯାଇଥିଲା । ଏଥିରେ ପଞ୍ଚାୟତର ଜନ ପ୍ରତିନିଧି ଓ ବ୍ଲକର କର୍ମଚାରୀମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.