ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ, ବାଣୀନିକେତନ, ରୋତରେ ଏନ୍.ଏସ୍.ଏସ୍, ଏନ.ସି.ସି. ଓ ଯୁବ ରେଡକ୍ରସ ତରଫରୁ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ପ୍ରଦୀପ କୁମାର ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଓଡ଼ିଶା ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ସହ ସେ ଭାରତୀୟ ଯୁବ ଶକ୍ତିର ପ୍ରତୀକ ଓ ଆଦର୍ଶ ବୋଲି ପ୍ରତିପାଦନ କରିଥିଲେ । ପ୍ରାରମ୍ଭରେ ଅଧ୍ୟାପକ ଡକ୍ଟର ସୋମନାଥ ପଧାନ, ଶିବାନନ୍ଦ ସାହୁ ଓ ରୂପେଶ ଷାଣ୍ଢଙ୍କ ନେତୃତ୍ୱରେ ସାମୁହିକ ବନ୍ଦେ ମାତରଂ ଗୀତ ଗାନ କରାଯାଇଥିଲା । ସଭାକୁ ଅଧ୍ୟାପକ ଡକ୍ଟର ଲିଙ୍ଗରାଜ ମେହେର ସଂଯୋଜନା କରିଥିବା ବେଳେ ଏଥିରେ ମହାବିଦ୍ୟାଳୟର ବହୁ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀବୃନ୍ଦ ଉପସ୍ଥିତ ଥିଲେ । ଏହାପରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ତଥା ଏହି ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ନୃତ୍ୟ, ଗୀତ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ସମସ୍ତ କାର୍ଯ୍ୟରେ ଏନ୍.ଏସ୍.ଏସ୍, ଏନ.ସି.ସି. ଓ ଯୁବ ରେଡକ୍ରସର ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀମାନେ ବିଶେଷ ସହଯୋଗ କରିଥିଲେ ।
Prev Post