ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ବକଟି ପଂଚାୟତ ସଭା ଗୃହରେ ପଂଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି । ସରପଞ୍ଚ ସୁଶିଲ ସେଠଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଶିବିରରେ ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀ ରୁଦ୍ର ପ୍ରସାଦ ସୁନା ଆଗଲପୁର ସ୍ୱାସ୍ଥ୍ୟ ଅଧିକାରୀ ଡା. ଧୀରେନ୍ଦ୍ର ମେହେର ଶିଶୁ ବିକାଶ ଅଧିକାରିଣୀ ଶୁଭଶ୍ରୀ ମିଶ୍ର ମୁଖ୍ୟ ଭାବରେ ଯୋଗ ଦେଇଥିଲେ । ଶିବିରରେ ରାସନ, ଆବାସ ଗୃହ, ଭତ୍ତା ଆଦି ସମ୍ପର୍କରେ ମୋଟ ୨୫ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା । ଏପିଓ ଜଗତ ଜିତା ସେଠି ବିଏସଏସ ଓ ସୁଶାନ୍ତ ମହାକୁର ଜିପିଇଓ ସୁଧୀର ପାଢ଼ୀ, ଅଭିରାମ ସାହୁ, ଉମାଶଙ୍କର ବେହେରା, ଅଂଶୁମାନ ଦେବ ବାବୁ, ଜ୍ଞାନ ରଞ୍ଜନ ସା, ନିରଞ୍ଜନ ପଧାନ, ଆଲୋକ ମିଶ୍ର, ସୁନୀଲ ସାହୁ, ଶିବୁନ ପଟେଲ, ବ୍ଲକ ଯୋଗାଣ ଅଧିକାରୀ ଉପସ୍ଥିତ ରହିଥିଲେ । ବକଟି ପିଇଓ ରିକିତାରାଣୀ ପଟ୍ଟନାୟକ ଏଡିଓ ବିଜୟ କୁମାର ସାହୁ ଓ ପଂଚାୟତ କର୍ମଚାରି ସହଯୋଗ କରିଥିଲେ ।
Next Post