୨୦୨୨ରେ ଭାରତର ଜିଡିପି ଅଭିବୃଦ୍ଧି ୧୦.୫% ହେବ : ଆରବିଆଇ ଗଭର୍ଣ୍ଣର

ନୂଆଦି‌ଲ୍ଲୀ : ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଶୁକ୍ରବାର ଦିନ ଘୋଷଣା କରିଛନ୍ତି ଯେ, ୪% ରେପୋ ହାର ବଜାୟ ରହିବ । ସେ କହିଛନ୍ତି ଯେ, ମୁଦ୍ରା ନୀତି କମିଟି ଏକ ପ୍ରତିଷେଧକ ମନୋଭାବ ବଜାୟ ରଖିଛି । ଏହା ସହିତ ସେ କହିଛନ୍ତି ଯେ, ରିଭର୍ସ ରେପୋ ରେଟ୍ ମଧ୍ୟ ପରିବର୍ତ୍ତନ ହୋଇନାହିଁ ଏବଂ ଏହା ଏବେ ମଧ୍ୟ ୩.୩୫% ରହିଛି ।

ଏହା ସହିତ ୨୦୨୨ ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ହାର ୧୦.୫% ହେବ ବୋଲି କେନ୍ଦ୍ରୀୟ ବ୍ୟାଙ୍କ କହିଛି । ଆରବିଆଇ ଗଭର୍ଣ୍ଣର ଏହା ମଧ୍ୟ କହିଛନ୍ତି ଯେ, ମୁଦ୍ରାସ୍ଫୀତି ୬ ପ୍ରତିଶତ ତଳକୁ ଖସି ଆସିଛି ।

Leave A Reply

Your email address will not be published.