ମଧୁସୁଦନ ସେତୁରେ ବାଇକ ଦୁର୍ଘଟଣା : ଜଣେ ମୃତ

କଟକ : କଟକ ମଧୁସୁଦନ ସେତୁରେ ଦୁର୍ଘଟଣା । ଆଜି ସକାଳେ ଦୁଇ ବାଇକ ମଧ୍ୟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଏକ ବାଇକ ସହ ଅନ୍ୟ ଏକ ବାଇକ ସାମ୍ନାସାମ୍ନି ଦୁର୍ଘଟଣା ହୋଇଥିଲା ।
ଦୁର୍ଘଟଣାରେ ଏକ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଅନ୍ୟ ଏକ ବାଇକ ଆରୋହୀ ଘଟଣା ସ୍ଥଳରୁ ଫେରାର ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.